ହାଇଦ୍ରାବାଦ:ଆଜି ଶହୀଦ ଦିବସ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖକୁ ସର୍ବ ଭାରତୀୟ ସ୍ତରରେ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଭାରତ ପାଇଁ ଥିଲା ଏକ ଦୁଃଖଦ ଦିବସ । ଅହିଂସାର ଅସ୍ତ୍ରରେ ଭାରତକୁ ବ୍ରିଟିସ ଶାସନରୁ ମୁକ୍ତ କରାଇଥିବା ଅହିଂସାର ପିତା ଗାନ୍ଧିଜୀଙ୍କୁ ହିଂସାର ଶିକାର ହେବାକୁ ପଡିଥିଲା । ସବୁଦିନ ପରି ସେହି ଦିନ ମଧ୍ୟ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ବିର୍ଲା ହାଉସରେ ନାଥୁରାମ ଗଡେସଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଗାନ୍ଧିଜୀ । ହେ ରାମ କହି ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ ।
ଗାନ୍ଧୀ ସିନା ଚାଲିଗଲେ ହେଲେ ତାଙ୍କ ବ୍ୟକ୍ତିତ୍ବ ଏବଂ ବିଚାର ଏବଂ ସିଦ୍ଧାନ୍ତ ପାଇଁ ସେ ଚିର ଅମର ହୋଇ ରହିବେ । ଭାରତ ନୁହେଁ ସାରା ବିଶ୍ବରେ ଗାନ୍ଧିଜୀଙ୍କ ଜୟ ଜୟକାର କରାଯାଇଥାଏ । ଗାନ୍ଧୀଙ୍କ ନିଧନକୁ ଭାରତରେ ଶହୀଦ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ଭାରତର ସ୍ବତନ୍ତ୍ରତା, ଗୌରବ, କଲ୍ୟାଣ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିତ୍ବକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଗାନ୍ଧୀଙ୍କ ତିରୋଧନ ଦିବସକୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପାଳନ କରାଯାଉଛି । ବିଦ୍ୟାଳୟରେ ଅହିଂସା ଏବଂ ଶାନ୍ତି ଦିବସ ଭାବେ ପାଳନ କରାଯାଇଥାଏ । ସ୍ପେନ୍ର କବି ଲୋରେନ ଭିଡାଲ ୧୯୬୪ ମସିହାରେ ପ୍ରଥମ ଥର ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଛାତ୍ରାବସ୍ଥାରୁ ଛାତ୍ରଛାତ୍ରୀମାନେ ଅହିଂସା ପଥରେ ଆଗେଇ ଏକ ଶୃଙ୍ଖଳିତ ଜୀବନଯାପନ କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ଏହା ମଧ୍ୟ ପଢନ୍ତୁ: Tripura Assembly Election: 22ଟି ଆସନରେ ପ୍ରାର୍ଥୀ ଘୋଷଣା କଲା TMC
ଆଜିର ଦିନକୁ ବାଦ ଦେଲେ ମାର୍ଚ୍ଚ ୨୩, ଅକ୍ଟୋବର ୨୧ ଏବଂ ନଭେମ୍ବର ୧୭ ଏବଂ ୧୯ ତାରିଖକୁ ମଧ୍ୟ ଭାରତରେ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ । ଶହୀଦ ଦିବସରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ରାଜନେତା ମହାତ୍ମା ଗାନ୍ଧୀଙ୍କ ସମାଧି ଓ ରାଜଘାଟରେ ସମସ୍ତ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ।
ଗାନ୍ଧୀଙ୍କ ଜୀବନି: ଆଇନ ଶିକ୍ଷା ଅଧ୍ୟକ୍ଷୟ କରିବା ପାଇଁ ଗାନ୍ଧୀ୧୮୮୮ ମସିହାରେ ଲଣ୍ଡନ ଯାଇଥିଲେ । ଏହାପରେ ସେ ଉଚ୍ଛଶିକ୍ଷା ଲାଭ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତେବେ ସେଠାରେ କୃଷ୍ଣକାୟଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଥିଲା । ଏହାର ପ୍ରତିବାଦ ପାଇଁ ସେ ସତ୍ୟ, ଅହିଂସାକୁ ସାରଥି କରି ବିପ୍ଲକ ଆରମ୍ଭ କରିଥିଲେ । ଏହାପରେ ୧୯୧୫ ମସିହାରେ ସ୍ବଦେଶ ଫେରି ଇଁରେଜ ଶାସନ ବିରୋଧରେ ଦେଶବାସୀଙ୍କୁ ଏକତ୍ର କରିବାରେ ସଫଳ ହୋଇଥିଲେ । ଦୀର୍ଘ ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ସ୍ବାଧିନତାର ସ୍ବାଦ ଚାଖିଥିଲେ ଦେଶବାସୀ ।