ନୂଆଦିଲ୍ଲୀ:ଆଜି(ଗୁରୁବାର) ଭାରତୀୟ ରାଜନେତା ତଥା ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜୟନ୍ତୀ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୃଷ୍ଠାରେ ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବାଲାସାହେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି - ବାଲସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ରାଜନେତା ତଥା ସମାଜସେବୀ ବାଲାସାହେବଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...
ମୋଦି ନିଜ ଟ୍ବିଟରରେ ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ଯେତେବେଳେ ତାଙ୍କର ଆଦର୍ଶକୁ ସମର୍ଥନ କରିବାକୁ ଆସିଲା ସେତେବେଳେ ସେ ନିରନ୍ତର ରହିଥିଲେ । ସେ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ପରିଶ୍ରମ କରିଥିଲେ । ବାଲ କେଶବ ଠାକରେ ବାଲାସାହେବ ଠାକରେ ଭାବେ ଅଧିକ ଜଣାଶୁଣା । ସେ ମହାରାଷ୍ଟ୍ରର ରାଜନୈତିକ ଦଳ 'ଶିବସେନା'ର ପ୍ରତିଷ୍ଠା କରିଥିଲେ । ଏହାସହିତ ସେ ଦକ୍ଷିଣପନ୍ଥୀର ସମର୍ଥକ ଥିବା ବେଳେ ମୁଖ୍ୟତଃ ମହାରାଷ୍ଟ୍ରରେ ହିନ୍ଦୁ ଜାତୀୟତାବାଦୀ ପାର୍ଟିରେ ସକ୍ରିୟ ରହିଥିଲେ ।
ସେ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାରେ ଜଣେ କାର୍ଟୁନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ । ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା 'ଦି ଫ୍ରି ପ୍ରେସ ଜର୍ଣ୍ଣାଲ ଇନ ବମ୍ବେ' ସମ୍ବାଦପତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ନିଜର ଏକ ରାଜନୈତିକ ଦଳ ଗଢିବା ପାଇଁ 1960 ମସିହାରେ ଏହି ଏହି ସଂସ୍ଥାକୁ ତ୍ୟାଗ କରିଥିଲେ ।