ଓଡିଶା

odisha

ETV Bharat / bharat

ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି, କହିଲେ ଲାଲବାହାଦୁରଙ୍କ ନୀତି ଆଦର୍ଶ ପ୍ରେରଣାର ଉତ୍ସ

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନୀତି ଓ ଜୀବନର ମୂଲ୍ୟବୋଧ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ଉତ୍ସ ହୋଇ ରହିବ ବୋଲି ମୋଦି କହିଛନ୍ତି । ଅଧିକ ପଢନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

By

Published : Oct 2, 2021, 10:10 AM IST

ନୂଆଦିଲ୍ଲୀ:ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୋଦି ଟ୍ବିଟ କରି ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନୀତି ଓ ଜୀବନର ମୂଲ୍ୟବୋଧ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ଉତ୍ସ ହୋଇ ରହିବ ବୋଲି କହିଛନ୍ତି ।

୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ବାରଣାସୀରେ ମୋଗଲ ସରାଇର ଏକ ଗରୀବ ପରିବାରରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଅଗଷ୍ଟ ୧୫ ୧୯୪୭ରେ ସେ ସ୍ବାଧୀନ ଭାରତରେ ପରିବହନ ମନ୍ତ୍ରୀ ହୋଇଥିଲେ । ଏହା ପରେ ସେ ୧୯୬୪ରେ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୬୫ରେ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ନେତୃତ୍ୱ ନେଇଥିଲେ । ଜାନୁଆରୀ ୧୧, ୧୯୬୬ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details