ଓଡିଶା

odisha

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

By

Published : Nov 14, 2021, 10:16 AM IST

Updated : Nov 14, 2021, 10:56 AM IST

ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ୧୩୨ ତମ ଜନ୍ମବାର୍ଷିକୀ । ତାଙ୍କ ଜନ୍ମ ଦିନକୁ ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ । ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ୧୩୨ ତମ ଜନ୍ମବାର୍ଷିକୀ । ତାଙ୍କ ଜନ୍ମ ଦିନକୁ ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଜବହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜବାହାରଲାଲଙ୍କୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ଶିଶୁ ଦିବସ ଭାବରେ ପାଳନ କରାଯାଏ । ପିଲାଙ୍କୁ ଭଲ ପାଇବା ଓ ସ୍ନେହ ଦେବା ନେଇ ତାଙ୍କୁ ସମସ୍ତେ ଚାଚା ନେହେରୁ ଭାବରେ ଜାଣନ୍ତି । ନେହେରୁଙ୍କ ବିୟୋଗ ପରେ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବରେ ପାଳନ କରାଯାଉଛି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହିତ ଶିଶୁ ଦିବସ ଉପଲକ୍ଷେ ଦେଶର ଭବିଷ୍ୟତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ୧୩୨ ତମ ଜନ୍ମବାର୍ଷିକୀରେ ରାଜଧାନୀ ଦିଲ୍ଲୀର ଶାନ୍ତିବନ ନିକଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେହପରି ବହାରଲାଲ ନେହେରୁଙ୍କ ୧୩୨ ତମ ଜନ୍ମବାର୍ଷିକୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଧୀନତା ସଂଗ୍ରାମ ତଥା ପ୍ରଗତିଶୀଳ ଆଧୁନିକ ଭାରତ ଗଠନ ଦିଗରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ । ଏହାସହ ଶିଶୁ ଦିବସ ଉପଲକ୍ଷେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି ଏବଂ ଉପଯୁକ୍ତ ଯତ୍ନ ସେମାନଙ୍କ ଅଧିକାର । ସେହିପରି ସେମାନଙ୍କ ଦକ୍ଷତା ଓ ପ୍ରତିଭାର ସର୍ବୋତ୍ତମ ବିକାଶ ପାଇଁ ସମାଜ ବିଶେଷ ଯତ୍ନବାନ ଦେବା ଦରକାର । ପିଲାମାନେ ଯେପରି ଆତ୍ମବିଶ୍ବାସର ସହ ଆଗକୁ ବଢିବେ ଓ ନିଜ ନିଜ ପସନ୍ଦର କ୍ଷେତ୍ରରେ ସଫଳ ହେବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରିବା ଦରକାର। ସୁସ୍ଥ ଓ ସଚେତନ ଶିଶୁ ହିଁ ସମୃଦ୍ଧ ଜାତିର ସର୍ବଶ୍ରେଷ୍ଠ ପରିଚୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ । ୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତର ପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ଅଗଷ୍ଟ ୧୫ ୧୯୪୭ ରୁ ମେ' ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୬୪ ମେ ୨୭ରେ ତାଙ୍କ ଦେହାନ୍ତ ହୋଇଥିଲା ।

@ANI

Last Updated : Nov 14, 2021, 10:56 AM IST

ABOUT THE AUTHOR

...view details