ଓଡିଶା

odisha

PM Modi in Raipur:'କଂଗ୍ରେସର ପଞ୍ଝା ଛତିଶଗଡବାସୀଙ୍କଠୁ ଅଧିକାର ଛଡାଇ ନେଇଛି'

By

Published : Jul 7, 2023, 2:16 PM IST

ଛତିଶଡବାସୀଙ୍କୁ 7 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi at Vijay Sankalp Maharally in Raipur
PM Modi in Raipur

ରାୟପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଛତିଶଗଡ଼ କରିଛନ୍ତି । ଛତିଶଗଡ଼ ବିକାଶ ଯାତ୍ରାରେ ଆଜିର ଦିନ ମହତ୍ତ୍ବପୂର୍ଣ୍ଣ । ଆଜି ଛତିଶଗଡକୁ 7 ହଜାର କୋଟି ବ୍ୟୟର ଉପହାର ମିଳିଛି । ଏହି ଉପହାର ଯୋଗାଯୋଗ, ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରିବା ଓ ଛତିଶଗଡବାସୀଙ୍କ ଜୀବନକୁ ସହଜ କରିବାକୁ ଭାରତ ସରକାରଙ୍କ ଏହି ପ୍ରକଳ୍ପକୁ ଏଠାରେ ରୋଜଗାରର ଅବସର ସୃଷ୍ଟି ହେବ । ଛତିଶଡବାସୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରି ଏହା କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାୟପୁରରେ ଆୟୋଜିତ ବିଜୟ ସଂକଳ୍ପ ମହାରାଲି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଛତିଶଗଡବାସୀଙ୍କୁ ମିଳିଥିବା 7ହଜାର କୋଟିରୁ ଅଧିକ ଉପହାର ସମସ୍ତଙ୍କୁ ଲାଭାନ୍ବିତ କରିବ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ । ଆଦିବାସୀଙ୍କ ପାଇଁ ସୁବିଧା ଓ ବିକାଶର ନୂଆ ଯାତ୍ରା ଆରମ୍ଭ ହେବ । ଭାରତରେ ଆମେ ସମସ୍ତଙ୍କର ଅନୁଭବ ରହିଛି ଯେଉଠି ଭିତ୍ତିଭୂମି ଦୁର୍ବଳ ସେଠି ବିକାଶ ଡେରିରେ ପହଞ୍ଚେ । ତେଣୁ ଆଜି ବିକାଶ ଦୌଡ଼ରେ ପଛୁଆ ଥିବା ଅଞ୍ଚଳରେ ଭାରତ ଅଧିକ କାର୍ଯ୍ୟ କରୁଛି । ଲୋକଙ୍କ ଜୀବନକୁ ସହଜ କରିବାକୁ, ବ୍ୟବସାୟ ସହଜ କରିବା ରୋଜଗାର ସୃଷ୍ଟି କରିବା ଓ ଦ୍ରୁତ ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଗତ 9 ବର୍ଷରେ ପିଏମ ଗ୍ରାମୀଣ ସଡକ ଯୋଜନାରେ ଛତିଶଗଡରେ ରାସ୍ତା ତିଆରି ହୋଇଛି । ରେଳ ହେଉ ରାସ୍ତା ହେଉ ବା ଟେଲିକମ ସବୁଥିରେ ଗତ 9 ବର୍ଷ ହେବ ଭାରତ ସରକାର ଛତିଶଗଡ ପାଇଁ କାର୍ଯ୍ୟ କରିଛନ୍ତି ।"

ଏହା ବି ପଢନ୍ତୁ...SCO Summit: ଶାନ୍ତି, ସମୃଦ୍ଧି ଆଣିଛି ଏସସିଓ, ଆତଙ୍କବାଦ ରୋକିବାକୁ ଆହ୍ବାନ ଦେଲେ ମୋଦି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆଧୁନିକ ଭିତ୍ତିଭୂମିର ସମ୍ପର୍କ ସାମାଜିକ ନ୍ୟାସ ସହ ରହିଛି । ଯେଉଁମାନେ ପୂର୍ବରୁ ଅନ୍ୟାୟ ଏବଂ ଅସୁବିଧାରେ ରହିଥିଲେ ତାଙ୍କ ପାଖରୁ ଭାରତ ସରକାର ଆଜି ଆଧୁନିକ ସୁବିଧା ପହଞ୍ଚାଇଛନ୍ତି । ଆଜି ଛତିଶଗଡ ଦୁଇଟି ଇନଫ୍ରାଷ୍ଟକରରେ ଯୋଡି ହୋଇଛି । ରାୟପୁର-ଧାନବାଦ କରିଡୋର ଏବଂ ରାୟପୁର-ବିଶାଖାପାଟନମ କରିଡୋର ଏହି କ୍ଷେତ୍ରର ଭାଗ୍ୟ ପରିବର୍ତ୍ତନ କରିବାକୁ ଯାଉଛି ।"

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା: 9ବର୍ଷ ପୂର୍ବେ ଛତିଶଗଡ଼ର 20 ପ୍ରତିଶତ ଗାଁରେ ମୋବାଇଲ କନେକ୍ଟିଭିଟି ନଥିଲା । ଆଜି ଏହା କମି 6 ପ୍ରତିଶତରେ ପହଞ୍ଚିଛି । ଛତିଶଗଡ ବିକାଶରେ ଏକ ବଡ ପଞ୍ଝା ପାଚେରୀ ହୋଇ ଛିଡା ହୋଇଥିଲା । ଏହା କଂଗ୍ରେସର ପଞ୍ଝା ଯାହା ଛତିଶଗଡବାସୀଙ୍କଠୁ ଅଧିକାର ଛଡାଇ ନେଇଥିଲା । ଏହି ପଞ୍ଝା ନିଷ୍ପତ୍ତି ନେଇଛି ଏହା ଛତିଶଗଡରୁ ଲୁଟ କରିବ ନା ନଷ୍ଟ କରିବ । 36ଟି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ଆଜି ଯାଏ ଗୋଟିଏ ବି ପୂରଣ କରିଛି । ଛତିଶଗଡକୁ ତିଆରି କରିବାରେ ବିଜେପି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି । କେବଳ ବିଜେପି ଛତିଶଗଡର ଆବଶ୍ୟକତା ବିଷୟରେ ଜାଣିଛି ତେଣୁ ଛତିଶଗଡ ବିକାଶ ପାଇଁ ବିଜେପି ସରକାର ସମସ୍ତ ପ୍ରୟାସ କରୁଛି ।

ଏହା ବି ପଢନ୍ତୁ...SCO Summit: ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ, ଆତଙ୍କବାଦ ପାଇଁ ଦୁଇଟି ମାପଦଣ୍ଡ ନାହିଁ

ଏହି କାର୍ଯ୍ୟକ୍ରମରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସମେତ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ରାଜ୍ୟବାସୀଙ୍କୁ ପ୍ରକଳ୍ପ ଭେଟି ଦେବା ସହ ବିଜୟ ସଂକଳ୍ପ ମହାରାଲିରେ ସାମିଲ ହୋଇଛନ୍ତି । ଏହାପରେ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ସେଠାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି ।

ABOUT THE AUTHOR

...view details