ଓଡିଶା

odisha

Swarnim Vijay Mashaals: ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

By

Published : Dec 16, 2021, 9:16 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi News) ଆଜି(ଗୁରୁବାର) ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଏବଂ 'ସ୍ବର୍ଣ୍ଣିମ ବିଜୟ ମଶାଲ'(Swarnim Vijay Mashaals) ସମାରୋହରେ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

Swarnim Vijay Mashaals: 1971 ଯୁଦ୍ଧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ
Swarnim Vijay Mashaals: 1971 ଯୁଦ୍ଧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi News) ଆଜି(ଗୁରୁବାର) ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଏବଂ 'ସ୍ବର୍ଣ୍ଣିମ ବିଜୟ ମଶାଲ'(Swarnim Vijay Mashaals) ସମାରୋହରେ ଅଂଶଗ୍ରହଣ କରିବେ । ଦିନ 10 ଟା 30ରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । 1971 ଯୁଦ୍ଧ(1971 War)ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର 50 ତମ ବାର୍ଷିକୀକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମଧ୍ୟ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପୂର୍ବରୁ ବିଜୟ ମଶାଲକୁ ଯୁଦ୍ଧକ୍ଷେତ୍ର ଏବଂ 1971 ଯୁଦ୍ଧର ପରମବୀର ଚକ୍ର ଓ ମହାବୀର ଚକ୍ରରେ ସମ୍ମାନିତ ଯୋଦ୍ଧାଙ୍କ ଘରକୁ ନିଆଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ 4ଟି ମଶାଲକୁ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀରେ ଅନନ୍ତ ମଶାଲ(Eternal Flame) ସହିତ ମିଶ୍ରଣ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, 1971 ଯୁଦ୍ଧରେ ତଥା ବାଂଲାଦେଶ ଗଠନରେ ଭାରତର 50 ବର୍ଷର ସ୍ମୃତିଚାରଣ ପାଇଁ ସ୍ବର୍ଣ୍ଣିମ ବିଜୟ ବର୍ଷ ଉତ୍ସବରେ ଏକ ଅଂଶ ଭାବରେ ଗତ ବର୍ଷ 16 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ସ୍ବର୍ଣ୍ଣିମ ବିଜୟ ମଶାଲଙ୍କୁ ପ୍ରଜ୍ୱଳିତ କରିଥିଲେ ।

ସୂଚନାଥାଉକି, 1971 ଯୁଦ୍ଧରେ ଆଜିର ଦିନରେ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । 93 ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଆଉ ଏହାପରେ ନୂଆ ଦେଶ ରୂପେ ବାଂଲା‌ଦେଶ ଜନ୍ମନେଇଥିଲା । ଏଥିରେ ପ୍ରାୟ 3,900 ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ ।

1947ରେ ଭାରତ ଓ ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଭାଷାକୁ ଆଧାର କରି ବିବାଦ ସୃଷ୍ଟି ହୋଇଥିଲା । ବାଂଲାଦେଶର ଜନକ ଶେଖ ମୁଜିବ୍ଉର ରେହମାନ 1971 ମସିହା ମାର୍ଚ୍ଚ 25 ତାରିଖ ମଧ୍ୟ ରାତ୍ରିରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ନେଇ ଘୋଷଣା କରିଥିଲେ । ଏହାପରେ ସେଠାରେ ‘ମୁକ୍ତି ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲ। । ଏଥିରେ ‘ମୁକ୍ତି ବାହିନୀ’ ପାକିସ୍ତାନ ବିରୋଧରେ ଆରମ୍ଭ କରିଥିଲେ ଯୁଦ୍ଧ ।

ଏହି ବିଦ୍ରୋହକୁ ଦବାଇବା ପାଇଁ ପାକିସ୍ତାନୀ ସେନା ‘ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରି ଅତ୍ୟାଚାରର ସବୁ ସୀମା ପାର କରିଥିଲା । ଏଥିରେ ପ୍ରାୟ 1 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଭାରତ ଏହି ସମୟରେ ବାଂଲାଦେଶକୁ ସମର୍ଥନ କରିଥିଲା ଓ 13 ଦିନର ଯୁଦ୍ଧ ପରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା ।

ପାକିସ୍ତାନ ଦୁଇପଟୁ ଯୁଦ୍ଧ କରିବା ଖୁବ୍ କଷ୍ଟକର ଥିଲା । ମୁକ୍ତି ବାହିନୀର ସୈନିକମାନେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଏହାପରେ ପାକିସ୍ତାନର ମନୋବଳ ଭାଙ୍ଗିଯାଇଥିଲା । ଶେଷରେ ଡିସେମ୍ବର 16 ତାରିଖରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।

ଏହାର 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗତବର୍ଷ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲରେ 'ସ୍ବର୍ଣ୍ଣିମ ବିଜୟ ମଶାଲ' ଜାଳିଥିଲେ ।

ଏହା ମଧ୍ୟ ପଢନ୍ତୁ:- କୃଷି ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details