ରାଞ୍ଚି:ଦେଶରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଏ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଆଲୋଚନାରେ କେବଳ ତାଙ୍କ ମନର କଥା କହିଲେ ।
କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକ ଡାକିଥିଲେ । ଉକ୍ତ ବୈଠକରେ କୋଭିଡ ସ୍ଥିତି ବଦଳରେ ପ୍ରଧାନମନ୍ତ୍ରୀ କେବଳ ତାଙ୍କ ମନର କଥା କହିଲେ । ବୈଠକ ଫଳପ୍ରଦ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ ଆମ କଥା ଶୁଣିବା ସହିତ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥାନ୍ତେ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।