ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Modi to embark on two day visit to Kerala and Karnataka ) । ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ କେରଳ ଯିବେ ଓ ଆସନ୍ତାକାଲି କର୍ଣ୍ଣାଟକ ଗସ୍ତ କରିବେ । ଆଜି ସନ୍ଧ୍ୟା ସମୟରେ ମୋଦି କେରଳ କୋଚିନ ବିମାନ ବନ୍ଦର(Cochin Airport) ନିକଟରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମି କଲାଡି ଗ୍ରାମ(Kalady village) ପରିଦର୍ଶନ କରିବେ । ଏହାପରେ ସନ୍ଧ୍ୟା ୬ଟା ସମୟରେ କୋଚି ମେଟ୍ରୋ ଏବଂ ଭାରତୀୟ ରେଲୱେର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହିତ କେରଳର ତିନୋଟି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଷ୍ଟେସନଗୁଡିକ ହେଲେ ଏର୍ନାକୁଲମ ଜଙ୍କସନ(Ernakulam Junction), ଏର୍ନାକୁଲମ ଟାଉନ ଏବଂ କୋଲ୍ଲାମ ।
ସେପ୍ଟେମ୍ବର ୨ ତାରିଖ ବା ଆସନ୍ତାକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଯିବେ । ସେଠାରେ ଦିନ ସାଢେ ୯ଟା ସମୟରେ ଭାରତର ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତ( INS Vikrant)ଙ୍କୁ ଭାରତୀୟ ସେନାରେ ସାମିଲ କରିବେ । ଭାରତୀୟ ନୌସେନାର ନିଜସ୍ବ ଯୁଦ୍ଧପୋତ ବ୍ୟୁରୋ(Warship Design Bureau) ବା WDB ଦ୍ବାରା ଆଇଏନଏସ ବିକ୍ରାନ୍ତ ଡିଜାଇନ ହୋଇଥିବା ବେଳେ କୋଚିନ ସିପୟାର୍ଡ ଲିମିଟେଡ(Cochin Shipyard Limited) ଦ୍ବାରା ଏହା ନିର୍ମିତ ହୋଇଛନ୍ତି ।