ଓଡିଶା

odisha

ETV Bharat / bharat

PM Modi Telangana Visit: ୱାରଙ୍ଗଲ ଭଦ୍ରକାଳୀ ମନ୍ଦିରରେ ପୂଜା କଲେ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲା ସ୍ଥିତ ଭବ୍ୟ ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି । ଏଠାରେ ମୋଦି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 8, 2023, 3:25 PM IST

Updated : Jul 8, 2023, 3:36 PM IST

PM Modi Telangana Visit: ୱାରଙ୍ଗଲ ଭଦ୍ରକାଳୀ ମନ୍ଦିରରେ ପୂଜା କଲେ ମୋଦି

ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନା ଗସ୍ତରେ ଅଛନ୍ତି । ଏହି ଗସ୍ତରେ ରାଜ୍ୟ ପାଇଁ 6100 କୋଟି ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଜନସଭାରେ ଯୋଗଦେବା ପୂର୍ବରୁ ମୋଦି ୱାରଙ୍ଗଲ ଜିଲ୍ଲା ସ୍ଥିତ ଭଦ୍ରକାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ପାରମ୍ପରିକା ବାଦ୍ୟଯନ୍ତ୍ରରେ ମୋଦିଙ୍କୁ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଜନସଭାରେ ଯୋଗଦେଇ ୱାରଙ୍ଗଲବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଏହି ଗସ୍ତ ସମ୍ପର୍କରେ ଗତକାଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଥିଲେ । ଏହି ସମୟରେ ମୋଦିଙ୍କ ଏକ ରୋଡସୋ ଅନୁଷ୍ଠିତ ହୋଇଥିଲା । ଯେଉଁଥିଲେ ପ୍ରବଳ ମାତ୍ରାରେ ଜନସମାଙ୍ଗମ ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ପ୍ରଧାମନ୍ତ୍ରୀ ମୋଦିଙ୍କୁ ହାତ ହଲାଇବା ସହିତ ମୋବାଇଲରେ ଭିଡିଓ ସୁଟି୍ କରୁଥିବା ଦେଖାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଭଦ୍ରକାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବାର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ମୋଦି ଗୋମାତାଙ୍କୁ ଚାରା ଦେଉଥିବା ଦେଖିବାକୁ ମିଳିଛି । ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ପ୍ରଧାନମନ୍ତ୍ରୀଙ୍କୁ ଏହି ମନ୍ଦିରରେ ସ୍ବାଗତ କରାଯାଇଥିଲା । ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ମାଧ୍ୟମରେ ସୂଚନା ଦେଇ କହିଥିଲେ, "ୱାରଙ୍ଗଲ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ହେବ । ଏଥିଲାଗି 6100 କୋଟି ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ହାଇୱେ ଠାରୁ ରେଲୱେର ଭିତ୍ତିଭୂମିକୁ ସୁଦୃଢ କରାଯିବ । ଏହାଦ୍ବାରା ତେଲେଙ୍ଗାନା ବାସୀ ଉପକୃତ ହେବେ ।" ତେବେ ଆଜି ପ୍ରଧାନମନ୍ତ୍ରୀ ୱାରଙ୍ଗଲରେ ପହଞ୍ଚି ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥଇବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବଏକଟ କରିଥିଲେ। ୱାରଙ୍ଗଲରୁ ଜନସଭାରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ବିକାନେର ଅଭିମୁଖେ ବାହାରିବେ । ସେଠାରେ 24 ହଜାର 300 କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ପ୍ରଧାନମନ୍ତ୍ରୀ ଅମୃତସର-ଜାମନଗର ମଧ୍ୟରେ ଏକ ଇକୋନୋମିକ କରିଡରକୁ ଦେଶବାସୀଙ୍କ ଲାଗି ଉତ୍ସର୍ଗୀକୃତ କରିବେ । ଏହା ଏକ ଆନ୍ତଃ ରାଜ୍ୟ ଏକ୍ସପ୍ରେସ ୱେ ହେବ ।

ପ୍ରଧାନମନ୍ତ୍ରୀ ବିକାନେର ରେଲୱେ ଷ୍ଟେସନର ପୁନଃବିକାଶ ଲାଗି ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ସୂଚନା ଥାଉ କି ଜୁଲାଇ 7ରୁ 8 ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି 4ଟି ରାଜ୍ୟ ଗସ୍ତ କରିଛନ୍ତି । ଗତକାଲି ଛତିଶଗଡ଼ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିଛନ୍ତି । ଉତ୍ତରପ୍ରଦେଶ ବ୍ୟତୀତ ବାକି 3ଟି ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

Last Updated : Jul 8, 2023, 3:36 PM IST

ABOUT THE AUTHOR

...view details