ନୂଆଦିଲ୍ଲୀ:ଐତିହାସିକ ପ୍ରଦର୍ଶନ ସହ ଥୋମାସ କପ ୨୦୨୨ (Thomas Cup) ଜିତି ସ୍ବଦେଶ ଫେରିଥିବା ଭାରତୀୟ ବ୍ୟାଡମିଣ୍ଟନ ଟିମର ସଦସ୍ୟଙ୍କୁ ଭେଟିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ବ୍ୟାଡ୍ମିଣ୍ଟନ ଷ୍ଟାର କିଦାମ୍ବୀ ଶ୍ରୀକାନ୍ତ, ଚିରାଗ ସେଟ୍ଟୀ, ଲକ୍ଷ୍ୟ ସେନ ଓ ଏଚ୍ଏସ ପ୍ରଣୟଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, "ସମୟ ଥିଲା ଆମ ଟିମ୍ ଥୋମାସ କପ୍ ଜିତିବାରେ ପଛରେ ଥିଲା । ଭାରତୀୟ ଲୋକମାଲେ କେବେ ଏହି ଟାଇଟଲର ନାଁ ମଧ୍ୟ ଶୁଣି ନଥିଲେ କିନ୍ତୁ ଆଜି ତୁମେମାନେ ଏହାକୁ ଦେଶରେ ଲୋକପ୍ରିୟ କରାଇପାରିଛ ।"
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବ୍ୟାଡମିଣ୍ଟନ ଟିମ ଏହା ପ୍ରମାଣିତ କରିଛି ଯେ ପରିଶ୍ରମ ବଳରେ କିଛି ବି ହାସଲ କରିପାରେ । ଏହି ସାକ୍ଷାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଚିରାଗ, ଲକ୍ଷ୍ୟ ସେନ ଏବଂ ଏଚଏସ ପ୍ରଣୟଙ୍କ ସହ କାଥାବାର୍ତ୍ତା ହୋଇଥିଲେ । ଚାପରୁ ବାହାରି ଇତିହାସ ସୃଷ୍ଟି କରିଥିବା ସମସ୍ତ ଚାମ୍ପିୟନ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲକ୍ଷ ସେନ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ସହ ମିଠା ଖୁଆଇଥିବା କହିଥିଲେ ମୋଦି । ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଲକ୍ଷ ଅସୁସ୍ଥ ଥିଲେ । ଏ ନେଇ ୩ଟି ମ୍ୟାଚରୁ ବାଦ ପଡିଥିଲେ । ସ୍ବାସ୍ଥଗତ ସମସ୍ୟା ପରେ ମଧ୍ୟ ସମାନ ଜୋସ୍ର ସହିତ ବିଜୟ ହାସଲ କରିବା ଏକ ବିରଳ ଆତ୍ମବିଶ୍ବାସର ପରିଚୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।