ବର୍ଲିନ: G7 ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜର୍ମାନୀର ସ୍କଲ୍ସ୍ ଏଲ୍ମ୍ୟୁରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ଭାଗିଦାରୀ ଦେଶ ଭାବରେ ଭାରତ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗଲ ଓ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରିତ କରାଯାଇଛି ।
G7 ସମ୍ମିଳନୀ ଭେନ୍ୟୁରେ ବାଇଡେନ ଓ ମାକ୍ରନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
G7 ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ
G7 ସମ୍ମିଳନୀରେ ଭିଡିଓ କନ୍ଫରେସିଂ ମାଧ୍ୟମରେ ଯୋଗ ଦେଇଥିଲେ ୟୁ୍କ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଜର୍ମାନୀ ଗସ୍ତ କରି ବିଭିନ୍ନ ଦେଶର ରାଷ୍ଟ୍ରପତିଙ୍କୁ ଭେଟିବା ସହ ତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପରିବେଶ, ଶକ୍ତି, ପାଣିପାଗ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା, ଗଣତନ୍ତ୍ର ଓ ବୈଦେଶିକ ବ୍ୟାପାରକୁ ନେଇ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କ୍ରମରେ ସେ ଦୁଇଟି ସେସନ ଭାଷଣ ଦେବା କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଦେଶର ରାଷ୍ଟ୍ରପତିଙ୍କ ସହ ଦେଖିବାକୁ ମିଳିଛି । ସୋମବାର ସେ ଆମେରିକାର ରାଷ୍ଟ୍ରପତି, ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।