ଓଡିଶା

odisha

ETV Bharat / bharat

PM Modi In Denmark: 4 ଦେଶର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୋଦି - ପ୍ରଧାନମନ୍ତ୍ରୀଙ୍କ ୟୁରୋପ ଗସ୍ତ

ୟୁରୋପ ଗସ୍ତର ଶେଷ ଦିବସରେ କୋପେନହଗେନରେ 3 ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଆଜି ଫ୍ରାନ୍ସ ଅଭିମୁଖେ କରିବେ ଯାତ୍ରା । ଗତକାଲି ଡେନମାର୍କରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

PM Modi in Denmark: 4 ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ
PM Modi in Denmark: 4 ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ

By

Published : May 4, 2022, 4:59 PM IST

କୋପେନହଗେନ:ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ଡେନମାର୍କ ରାଜଧାନୀରେ 4 ୟୁରୋପୀୟ ରାଷ୍ଚ୍ରମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ଆଇସଲ୍ୟାଣ୍ଡ, ସ୍ବିଡେନ, ନରଓ୍ବେ ଓ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ମୋଦି ଆଜି (ବୁଧବାର) ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି । ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ Katrín Jakobsdóttir, ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର (Jonas Gahr Støre) ଓ ସ୍ବିଡେନ ପ୍ରଧାନମନ୍ତ୍ରୀ ମଗଦଲେନା ଅଣ୍ଡରସନ (Magdalena Andersson), ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ (Sanna Marin)ଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗତକାଲି ଡେନମାର୍କରେ ପହଞ୍ଚିବା ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କୁ ସାକ୍ଷାତ କରିବା ସହ ଏକାଧିକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ବାସଭବନ ମଧ୍ୟ ପରିଦର୍ଶନ କରିଥିଲେ ମୋଦି । ଆଜି ଆଉ 3 ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହୋଇଛି । 3 ଦେଶ ସହ ଭାରତର ସୁସମ୍ପର୍କ ରହିଛି । ଆଗାମି ଦିନରେ ଭାରତ ସହ ଏହି ଦେଶମାନଙ୍କର ବାଣିଜ୍ୟ, ଶକ୍ତି ଆଦି ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଛି ।

ଏହି 3 ଦିବସୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି 3 ୟୁରୋପୀୟ ଦେଶ ଗସ୍ତ କରିବା ସହ 8 ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିିଛି । ଆଜି ସେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବା ସହ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details