ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳମୁଖ୍ୟ ଜେପି ନଡ୍ଡା ଏବଂ ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷଙ୍କ ପରି ଦଳର ଶୀର୍ଷ ନେତୃତ୍ବ ସାମିଲ ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଜେପି ବିିଜୟୀ ହେବା ସହ ସରକାର ଗଠନ କରିବାକୁ ଯାଉଛି । ୪ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ଓ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି । ଏନ.ବିରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ଆଜି ସ୍ପଷ୍ଟ କରିଥିବା ବେଳେ ଉତ୍ତରପ୍ରଦେଶ ଏବଂ ଗୋଆ ପାଇଁ ଯୋଗୀ ଆଦିତ୍ୟନାଥ ଏବଂ ପ୍ରମୋଦ ସାୱନ୍ତଙ୍କୁ ଦଳ ଦାୟିତ୍ବ ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।