ଓଡିଶା

odisha

ETV Bharat / bharat

BAPS ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଶ୍ବର ଶାନ୍ତି ପାଇଁ କଲେ ପ୍ରାର୍ଥନା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବୋଚାସନଓ୍ବାସି ଅକ୍ଷର ପୁରୁଷୋତ୍ତମବାସୀ (BAPS-Bochasanwasi Akshar Purushottam Swaminarayan)ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଶ୍ବର ଚରଣ ସ୍ବାମୀ ଓ ବ୍ରହ୍ମାବିହାରୁ ସ୍ବାମୀଙ୍କୁ ଶନିବାର ଦିନ ଭେଟିଛନ୍ତି ମୋଦି । ଅଧିକ ପଢନ୍ତୁ

BAPS ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଶ୍ବର ଶାନ୍ତି ପାଇଁ କଲେ ପ୍ରାର୍ଥନା
BAPS ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଶ୍ବର ଶାନ୍ତି ପାଇଁ କଲେ ପ୍ରାର୍ଥନା

By

Published : Apr 17, 2022, 4:32 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଚାସନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ(BAPS)ର ବରିଷ୍ଠ ସାଧୁ ଇଶ୍ବରଚରଣ ସ୍ବାମୀ ଓ ବ୍ରହ୍ମବିହାରୀ ସ୍ବାମୀଙ୍କୁ ଭେଟିଛନ୍ତି । COVID-10 ମହାମାରୀ ଓ ୟୁକ୍ରେନ ସଙ୍କଟ ସମୟରେ BAPS ପକ୍ଷରୁ କରାଯାଇଥିବା ରିଲିଫ ବଣ୍ଟନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି ଦୁଇ ସାଧୁଙ୍କୁ ଭେଟିବା ପରେ ଖୁସି ବ୍ୟକ୍ତ କରିବା ସହ ଏକ ଫଟୋ ସେୟାର କରିଛନ୍ତି । ଏଥିସହ ସଙ୍କଟ ସମୟରେ ସହାୟତା କାର୍ଯ୍ୟକୁ ପ୍ରଂଶସା କରିିଛନ୍ତି । ଏଥିସହ ଏଚଏଚ ପ୍ରମୁଖ ସ୍ବାମୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବିଷୟରେ ଆଲୋଚନା ହୋଇଥିବା କହିବା ସହ ସମାଜ ପ୍ରତି ତାଙ୍କର ବିଶେଷ ଅବଦାନକୁ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏଚ୍‌ଏଚ୍‌ ପ୍ରମୁଖ ସ୍ବାମୀ ମହାରାଜ ଜୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ ବିଷୟରେ ଆଲୋଚନା କରିଛନ୍ତି । ଏହିସହ ସ୍ବାମୀ ମହାରାଜଙ୍କ ଦ୍ବାରା ଆଧ୍ୟାତ୍ମିକ ଚିନ୍ତା ସହ ସମାଜରେ ଆଧ୍ୟାତ୍ମିକ ଚିନ୍ତା ଚେତନାର ପ୍ରସାର ପାଇଁ କରିଥିବା ଅନେକ କାର୍ଯ୍ୟକ୍ରମକୁ ସ୍ମରଣ କରିଛନ୍ତି । ଆବୁଧାବିରେ ହେବାକୁ ଯାଉଥିବା BAPS ମନ୍ଦିର ଓ ବ୍ରାହ୍ମଣଙ୍କ ପାଇଁ ହେଉଥିବା କାର୍ଯ୍ୟ ପାଇଁ ସ୍ବାମୀଜୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ସ୍ବାମୀ ଓ ପ୍ରଧାନମନ୍ତ୍ରୀ ମଧ୍ୟରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ଶେଷରେ ସମସ୍ତେ ବିଶ୍ବରେ ଭାରତୀୟଙ୍କ କଲ୍ୟାଣ ପାଇଁ ଭଗବାନ ସ୍ବାମୀନାରାୟଣ ଓ ମହନ୍ତ ସ୍ବାମୀ ମହାରାଜଙ୍କୁ ପ୍ରାର୍ଥନା କରିଥିଲେ ।

ABOUT THE AUTHOR

...view details