ଓଡିଶା

odisha

By

Published : Jan 8, 2021, 10:13 PM IST

ETV Bharat / bharat

ଜାନୁଆରୀ 11ରେ କୋଭିଡ ଟିକାକରଣକୁ ନେଇ ପିଏମ-ସିଏମ ବୈଠକ

ଜାନୁଆରୀ 11ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳମାନଙ୍କ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

covid19 vaccination on january 11
ଜାନୁଆରୀ 11ରେ କୋଭିଡ19 ଟୀକାକରଣକୁ ନେଇ ପିଏମ-ସିଏମ ବୈଠକ

ନୂଆଦିଲ୍ଲୀ: କୋରୋନା ଟିକାକରଣକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଆସନ୍ତା 11 ତାରିଖ ଦିନ ଅପରାହ୍ନ 4ଟାରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହେବ ।

ଭାରତରେ ଦୁଇଟି କୋରୋନା ଭ୍ୟାକ୍ସିନକୁ ଅନୁମତି ମିଳିବା ପରେ ସାରା ଦେଶରେ ଖୁସିର ଲହରି ଖେଳିଥିଲା । ଏହା ସରକାର ମଧ୍ୟ କୋରୋନା ଟିକାକରଣ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତରେ ସରକାର ଏହି ଭ୍ୟାକ୍ସିନେସନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭାରତ ବାୟୋଟେକର କୋଭାକ୍ସିନ ଓ ସେରମର କୋଭିସିଲ୍ଡକୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ଭାରତ ସରକାରଙ୍କ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରଣ ବୋର୍ଡ ସ୍ବୀକୃତି ଦେଇଥିଲା ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭ୍ୟାକ୍ସିନର ପ୍ରସ୍ତୁତି ନେଇ ତଦାରଖ କରିଛନ୍ତି । ଦେଶର ଜାତୀୟସ୍ତରରୁ ରାଜ୍ୟସ୍ତରର ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି । ଦେଶରେ ଭ୍ୟାକ୍ସିନେସନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରାଥମିକ ଭାବରେ ସ୍ବାସ୍ଥ୍ୟବିଭାଗର କର୍ମଚାରୀ ଓ ବୟସ୍କ ମାନଙ୍କୁ ଟିକା ପ୍ରଦାନ କରାଯିବ । ସରକାର ପ୍ରଥମ ପର୍ଯ୍ୟାୟରେ 30 କୋଟି ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରିଛନ୍ତି ।

ABOUT THE AUTHOR

...view details