ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଶେଷସୁଦ୍ଧା ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କୋରୋନା ମହାମାରୀ ସମ୍ପର୍କରେ ଏହି ଗସ୍ତରେ ଆଲୋଚନା କରିବା ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୌଣସି ଘୋଷଣା କରାଯାଇନାହିଁ ।
ମହାମାରୀ ଯୋଗୁଁ ବର୍ତ୍ତମାନ ଦେଶର ସ୍ଥିତି ଠିକ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନରେ ଆୟୋଜିତ ହେବାକୁ ଥିବା G7 ସମିଟରେ ଯୋଗଦାନ କରିବେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗତ ମାସ ଘୋଷଣା କରିଥିଲା । ଏହି ସମିଟରେ ୟୁକେ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ ଓ ଆମେରିକା ରାଷ୍ଟ୍ର ଯୋଗଦାନ କରିଥାଏ । କିନ୍ତୁ G7ର ଚେୟାରମ୍ୟାନ ବ୍ରିଟେନ ଚଳିତ ବର୍ଷ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରିତ କରିଛି ।