ଓଡିଶା

odisha

ETV Bharat / bharat

ଆସୁଛି ରଙ୍ଗର ପର୍ବ: ପ୍ରୟାଗରାଜ ବଜାରରେ ବଢୁଛି ମୋଦି ମାସ୍କର ଚାହିଦା - ଉତ୍ତରପ୍ରଦେଶରେ ବିକ୍ରି ହେଉଛି ମୋଦି ମାସ୍କ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି । ବିଜୟର ରଙ୍ଗ ପ୍ରତି ବଜାରରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ପ୍ରୟାଗରାଜ ବଜାରରେ ମୋଦି ମାସ୍କ ବିକ୍ରି ହେଉଛି । ମୋଦି ମାସ୍କକୁ ନେଇ ସବୁଆଡ଼େ ଡିମାଣ୍ଡ ବଢୁଛି । ଅଧିକ ପଢ଼ନ୍ତୁ

pm modi masks are in great demand for holi at in prayagraj market in up
ବଜାରରେ ବିକ୍ରି ହେଉଛି ମୋଦି ମାସ୍କ

By

Published : Mar 14, 2022, 4:43 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି । ବିଜୟର ରଙ୍ଗ ପ୍ରତି ବଜାରରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ପ୍ରୟାଗରାଜ ବଜାରରେ ମୋଦି ମାସ୍କ ବିକ୍ରି ହେଉଛି। ମୋଦି ମାସ୍କକୁ ନେଇ ସବୁଆଡ଼େ ଡିମାଣ୍ଡ ବଢୁଛି।

ବଜାରରେ ବିକ୍ରି ହେଉଛି ମୋଦି ମାସ୍କ

ଆସୁଛି ହୋଲିର ପର୍ବ । ଏନେଇ ଚାରିଆଡ଼େ ଉତ୍ସବମୁଖର ହୋଇଉଠିଛି । କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ସାମୂହିକ ହୋଲି ପର୍ବକୁ ବାରଣ କରାଯାଇଥିଲା। ତେଣୁ ସଂକ୍ରମଣରେ ହ୍ରାସ ଘଟିବା ପରେ ଚଳିତ ବର୍ଷ ବେଶ ଆଡ଼ମ୍ବର ଭାବେ ହୋଲି ଉତ୍ସବ ପାଳନ କରାଯିବ। ଏହି ଅବସରରେ ବଜାରରେ ମିଳିଲାଣି ଭଳିକି ଭଳି ରଙ୍ଗ ସାଙ୍ଗକୁ ପିଚିକାରୀ ଓ ମାସ୍କ। ଉତ୍ତର ପ୍ରଦେଶର ପ୍ରୟାଗରାଜ ବଜାରରେ ମିଳୁଥିବା ମାସ୍କର ଚାହିଦା ବଢ଼ିଛି । ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସ୍କ ମିଳୁଛି । ଯାହାକୁ ଲୋକମାନେ ପସନ୍ଦ କରୁଛନ୍ତି। ଏବଂ ଏହାର ବିକ୍ରି ମଧ୍ୟ ଯଥେଷ୍ଟ ହେଉଛି । ଯାହା ଫଳରେ ଗତ ବର୍ଷ ଧରି ବ୍ୟବସାୟ ମନ୍ଥରଗତିରେ ଚାଲୁଥିବାବେଳେ ଏବର୍ଷ ଭଲ ବ୍ୟବସାୟ ହେଉଥିବା ବ୍ୟବସାୟୀମାନେ କହିଛନ୍ତି ।

ନିକଟରେ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ବିଜେପି ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିଛି । ଏଭଳି ପରିସ୍ଥିତିରେ ପ୍ରୟାଗର ବଜାରରେ ମିଳୁଥିବା ସ୍ବତନ୍ତ୍ର ମୋଦି ମାସ୍କ ବେଶ ବିକ୍ରି ହେଉଛି ।

@ANI

ABOUT THE AUTHOR

...view details