କୋଲକାତା:ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ମୋଦି ଓ ମମତା । ଉଭୟ ଭାଇ ଭଉଣୀ ନିର୍ବାଚନ ଆସିଲେ ଉଭୟ ପରସ୍ପରକୁ ବିରୋଧ କରନ୍ତି । ନିର୍ବାଚନକୁ ନେଇ ଉଭୟ ବିଜେପି ଓ ଟିଏମସି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କେବଳ ନିର୍ବାଚନୀ ନାଟକ କରୁଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋଦି ଓ ମମତାଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।
ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ପିଏମ ମୋଦି ଓ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଉଭୟଙ୍କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ଓୱେସୀ କହିଛନ୍ତି । ଉଭୟ ଭାଇ ଭଉଣୀ କେବଳ ନିର୍ବାଚନକୁ ଦେଖୀ ପରସ୍ପର ବିରୋଧୀ । ସେମାନଙ୍କ ଦୁହିଁଙ୍କ ଭିତରେ କୌଣସି ମତପାର୍ଥକ୍ୟ ନାହିଁ ଉଭୟ ଗୋଟଏ ମୁଦ୍ରାର ଦୁଇଟି ପାର୍ଶ୍ବ । ସେମାନେ ଦୁହେଁ ଭାଇ ଭଉଣୀ କେବଳ ଲୋକଙ୍କୁ ଭକୁଆ ବନେଇବା ଏବଂ କ୍ଷମତା ଦଖଲ କରିବା ପାଇଁ ନିଜର ପ୍ରତିକ୍ରିୟା ରଖିଥାନ୍ତି ବୋଲି ଓୱେସୀ କହିଛନ୍ତି ।ଏହା ସହ ସେ ପଶ୍ଚିମବଙ୍ଗ ସରକାରଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି । ମମତା ବାନର୍ଜୀଙ୍କ ଶାସନ ସମୟରେ ବିକାଶ ହୋଇନାହିଁ । ମମତା ବାନାର୍ଜୀ ସଂଖ୍ୟାଲଘୁ ସଂପ୍ରଦାୟର ନେତା ଭାବେ ନିଜକୁ ପ୍ରତିପାଦନ କରୁଛନ୍ତି କିନ୍ତୁ ଗତ 10 ବର୍ଷ ମଧ୍ୟରେ ଦିଦି ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି ବୋଲି ଓୱେସୀ କହିଛନ୍ତି ।