ନୂଆଦିଲ୍ଲୀ:ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ(Winter Session of Parliament) । ଚଳିତ ଥର ୧୭ ଦିନ ଧରି ଚାଲିବ ଗୃହ କାର୍ଯ୍ୟ । ତେବେ ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଗଣମାଧ୍ୟମ ସହ ଆଲୋଚନା କରିବେ । ଏନେଇ ଗତକାଲି(ମଙ୍ଗଳବାର) ଲୋକସଭା ସଚିବ ସୂଚନା ଦେଇଛନ୍ତି ।
ପାଖାପାଖି ୧୬ଟି ନୂଆ ବିଧେୟକ ଆଗତ ହେବାକୁ ଥିବା ବେଳେ କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି । ତେବେ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ ।
ଶୀତ ଅଧିବେଶନ ପୂର୍ବରୁ ଗତକାଲି(ମଙ୍ଗଳବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକ ଡାକିଥିଲେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ ।