ଓଡିଶା

odisha

ETV Bharat / bharat

ଆମେରିକା ରିପୋର୍ଟରେ ଖୁଲାସା; ପାକିସ୍ତାନ ଆତଙ୍କୀ ହାମଲା କଲେ, ବଡ ଆକ୍ସନ ନେବେ ମୋଦି ସରକାର

ଭାରତକୁ ପାକିସ୍ତାନ-ଚୀନ ପଟୁ ସାମରିକ ଆହ୍ବାନ ନେଇ ଆମେରିକା ଗୁଇନ୍ଦା ସଂସ୍ଥାର ବଡ ବୟାନ । ଉଚିତ୍‌ ଜବାବ ଦେବାରେ ମୋଦି ନେତୃତ୍ବାଧୀନ ସରକାର ଅଧିକ ପ୍ରଭାବଶାଳୀ । ଅଧିକ ପଢନ୍ତୁ

ପାକିସ୍ତାନୀ ଉତ୍ତେଜନକୁ ମୁକାବିଲା କରିବାରେ ଅଧିକ ପ୍ରଭାବଶାଳୀ ମୋଦି ସରକାର: ଆମେରିକା ଗୁଇନ୍ଦା ସଂସ୍ଥା
ପାକିସ୍ତାନୀ ଉତ୍ତେଜନକୁ ମୁକାବିଲା କରିବାରେ ଅଧିକ ପ୍ରଭାବଶାଳୀ ମୋଦି ସରକାର: ଆମେରିକା ଗୁଇନ୍ଦା ସଂସ୍ଥା

By

Published : Mar 9, 2023, 10:29 PM IST

ହାଇଦ୍ରାବାଦ: ଭାରତ ପ୍ରତି ଉଭୟ ପାକିସ୍ତାନ-ଚୀନ ପକ୍ଷରୁ ଥିବା ସାମରିକ ଆହ୍ବାନ ଓ ଦକ୍ଷିଣ-ଏସିଆରେ ଜିଓ-ପଲିଟକିକାଲ ସ୍ଥିତି ସମ୍ପର୍କରେ ଆମେରିକୀୟ ଗୁଇନ୍ଦା ସଂସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛି । ଏବେ ଚୀନ ଓ ପାକିସ୍ତାନ ପଟୁ ଥିବା ଉତ୍ତେଜନାମୂଳକ ସ୍ଥିତିର ମୁକାବିଲା ପାଇଁ ଭାରତ ପୂର୍ବାପେକ୍ଷା ଅଧିକ ପ୍ରଭାବଶାଳୀ । ପାକିସ୍ତାନ ପଟରୁ ପୂର୍ବପରି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଲେ ମୁକାବିଲା କରିବା ଓ ଉଚିତ ପ୍ରତିଜବାବ ଦେବା ପାଇଁ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ଅଧିକ ପ୍ରଭଶାଳୀ ବୋଲି ଆମେରିକା ଗୁଇନ୍ଦା ବିଭାଗ କହିଛି ।

ଏହି ରିପୋର୍ଟରେ ନିକଟ ଅତୀତରେ ଭାରତ-ପାକିସ୍ତାନ ମଧ୍ୟରେ ଓ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପ୍ରସଙ୍ଗ ଉଲ୍ଲେଖ ରହିଛି । ସେହିପରି ବର୍ତ୍ତମାନ ସ୍ଥିତିରେ ଚୀନ ସୀମାରେ ଆଗକୁ ମଧ୍ୟ ଉତ୍ତେଜନା ବଢିପାରେ ବୋଲି ବିଦେଶୀ ଗୁଇନ୍ଦା ସଂସ୍ଥା ଅନୁମାନ ଲଗାଇଛି । ତେବେ ଗତ ଦିନରେ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଠାରୁ ଅଧିକ ପ୍ରଭାବଶାଳୀ ଭାବେ ଏହାର ମୁକାବିଲା ମୋଦି ନେତୃତ୍ବାଧୀନ ସରକାର କରିପାରିବ । ଏଠାରେ ପରୋକ୍ଷ ଭାବେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ହୋଇଥିବା ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଏବଂ ପୁଲଓ୍ବାମା ଆକ୍ରମଣ ପରେ ଭାରତ କରିଥିବା ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ କଥାକୁ ତର୍ଜମା କରି ଯୁକ୍ତରାଷ୍ଟ୍ର ଗୁଇନ୍ଦା ସଂସ୍ଥା ଏପରି ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ଆହୁରି ମଧ୍ୟ କହିଛି, ଯଦିଓ ଭାରତ-ଚୀନ ଉଭୟ ଦ୍ୱିପାକ୍ଷିକ ସୀମା ଆଲୋଚନାରେ ସକ୍ରିୟ ରହିଛନ୍ତି, ଉଭୟ ରାଷ୍ଟ୍ର କିଛି ବିନ୍ଦୁରେ ବିବାଦରେ ସମାଧାନ ପାଇଁ ମଧ୍ୟ ଏକମତ ହୋଇଛନ୍ତି, ତଥାପି 2020 ମସିହାର ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସମ୍ପର୍କ ଏବେ ମଧ୍ୟ ପୂର୍ବାପେକ୍ଷା ତିକ୍ତ ରହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଉଭୟ ଭାରତ ଏବଂ ଚୀନ୍ ସୀମାରେ ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଏପରି ସ୍ଥିତି ଲାଗି ରହିଲେ ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସଶସ୍ତ୍ର ସଂଘର୍ଷ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ ପରିଲକ୍ଷିତ ହେଉଥିବା ଆମେରିକୀୟ ରିପୋର୍ଟ କହୁଛି ।

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, 2021 ମସିହାର ପ୍ରାରମ୍ଭରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଉଭୟ ପକ୍ଷ ପ୍ରଶମିତ କରିବା ଓ ପୁଣି ଥରେ ଅସ୍ତ୍ରବିରତି ସର୍ତ୍ତାବଳୀ ପାଳନ କରିବା ଉପରେ ଗୁରୁତ୍ବ ଦେଇପାରନ୍ତି । ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରିବା ପାକିସ୍ତାନରେ ପାକିସ୍ତାନର ପୁରୁଣା ଇତିହାସ ରହିଆସିଛି । ହେଲେ ସେପରି ଉତ୍ତେଜନାମୂଳକ ସ୍ଥିତି ପୁଣି ଥରେ ସୃଷ୍ଟି ହେଲେ ଭାରତ ପୂର୍ବାପେକ୍ଷା ଅଧିକ ପ୍ରଭାବଶାଳୀ ଭାବେ ସାମରିକ ଜବାବ ଦେବାରେ ସକ୍ଷମ ବୋଲି ବିଦେଶୀ ଗୁଇନ୍ଦା ସଂସ୍ଥା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details