ଓଡିଶା

odisha

By

Published : Apr 28, 2022, 5:17 PM IST

Updated : Apr 28, 2022, 5:32 PM IST

ETV Bharat / bharat

ଆସାମରେ ପ୍ରଧାନମନ୍ତ୍ରୀ, 7 କ୍ୟାନସର ହସ୍ପିଟାଲ ଉଦଘାଟନ ସହ ଏକାଧିକ ପ୍ରକଳ୍ପର କଲେ ଶୁଭାରମ୍ଭ

ଆଜି ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମବାସୀଙ୍କୁ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଡିତ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ବି ଆଙ୍ଗଲଙ୍ଗରେ ଶାନ୍ତି, ବିକାଶ ଓ ଏକତା ରାଲିରେ ଦେଲେ ଯୋଗ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

ଗୌହାଟୀ: ଆଜି ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମବାସୀଙ୍କୁ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଡିତ ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ବି ଆଙ୍ଗଲଙ୍ଗରେ ଶାନ୍ତି, ବିକାଶ ଓ ଏକତା ରାଲିରେ ଯୋଗ ଦେଇ ସବକା ସାଥ ସବକା ବିକାଶରେ ସୀମା ସମସ୍ୟା ଦୂର ହେବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଖୁବଶୀଘ୍ର ଉତ୍ତର ପୂର୍ବ ରାଜ୍ୟଗୁଡିକରୁ ସୁରକ୍ଷା ବଳ ସ୍ୱତନ୍ତ୍ର କ୍ଷମତା ଆଇନ (Armed Forces Special Powers Act) ପ୍ରତ୍ୟାହାର ହେବ ବୋଲି କହିଛନ୍ତି ମୋଦି ।

ଓଡିଶା ସମନ୍ୱିତ ପରିମଳ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଆସାମରେ 2600ରୁ ଅଧିକ ଅମୃତ ସରୋବର କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଜନଭାଗୀଦାରି ଉପରେ ଅଧାରିତ । ଆସାମର ସ୍ଥାୟୀ ଶାନ୍ତି ଓ ଦ୍ରୁତ ବିକାଶକୁ ନେଇ ଯେଉଁ ବୁଝାମାଣା ହୋଇଥିଲା ତାହାର କାର୍ଯ୍ୟ ଜୋରଦାର ହୋଇଛି । ଆଜାଦି କା ଅମୃତ ମହୋତ୍ସବରେ କାର୍ବି ଆଙ୍ଗଲଙ୍ଗ ଶାନ୍ତି ଓ ବିକାଶର ନୂଆ ଭବିଷ୍ୟତ ଆଡକୁ ବଢୁଛି । ଏଠୁ ଆମେ ପଛକୁ ଫେରିବା ନାହିଁ । ବିଗତ ଦିନରେ ଯେଉଁ ବିକାଶ ହୋଇନାହିଁ ଆଗାମି ଦିନରେ ବିକାଶ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ଗତ ବର୍ଷ କର୍ବି ଆଙ୍ଗଲଙ୍ଗର ଅନେକ ସଂଗଠନ ଶାନ୍ତି ଏବଂ ବିକାଶ ପାଇଁ ପ୍ରସାୟ କରିଛନ୍ତି । 2020 ରେ ସ୍ଥାୟୀ ଶାନ୍ତି ପାଇଁ ବୋଡୋ ଆକର୍ଡ ନୂତନ ବାଟ ଖୋଲିଛି । ଆସାମ ବ୍ୟତୀତ ତ୍ରିପୁରାରେ ବି NLFT ଶାନ୍ତି ଦିଗରେ ପଦକ୍ଷେପ ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ବି ଆଙ୍ଗଲଙ୍ଗରେ ମୋଦିଙ୍କ କାର୍ଯ୍ୟକ୍ରମ

  • ଏହି ଅଞ୍ଚଳର ଶାନ୍ତି ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଓ ଆସାମ ସରକାର ଛଅଟି କାର୍ବି ବିଦ୍ରୋହୀ ଗରିଲା ଗୋଷ୍ଠି ସହିତ ମେମୋରେଣ୍ଡମ ଅଫ ସେଟେଲମେଣ୍ଟଣ୍ଟ (ଏମଓଏସ) ସ୍ବାକ୍ଷର କରି ଶାନ୍ତିର ମାର୍ଗ ବାହାର କରିଛନ୍ତି । ଏହି ଏମଓଏସ ଦ୍ବାରା ଅଞ୍ଚଳରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଫଳରେ ଏଠି ଶାନ୍ତି, ଏକତା ଓ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେବାକୁ ଥିବା ସମ୍ବୋଧନ ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ ପ୍ରେରଣା ଯୋଗାଇବ ।
  • ଏହାବାଦ ପ୍ରଧାନମନ୍ତ୍ରୀ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ (ଡିଫୁ), ଡିଗ୍ରୀ କଲେଜ (ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ଏବଂ କୃଷି ମହାବିଦ୍ୟାଳୟ (କୋଲୋଙ୍ଗା, ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୫୦୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ଗୁଡିକ ଏହି ଅଞ୍ଚଳରେ ଦକ୍ଷତା ଏବଂ ନିଯୁକ୍ତି ପାଇଁ ନୂତନ ସୁଯୋଗ ଆଣିବ ।
  • ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୨ ହଜାର ୯୫୦ ରୁ ଅଧିକ ଅମୃତ ସରୋବର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଜ୍ୟରେ ପ୍ରାୟ ୧ ହଜାର ୧୫୦ କୋଟି ଟଙ୍କା ବ୍ୟୟରେ ଏହି ଅମୃତ ସରୋବରର ବିକାଶ କରାଯିବ ।

ଦିବ୍ରୁଗଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ସମଗ୍ର ରାଜ୍ୟରେ 17ଟି କ୍ୟାନସର କେୟାର ହସ୍ପିଟାଲ ନିର୍ମାଣ ହେବ । ଆସାମ କ୍ୟାନସର କେୟାର ଫାଉଣ୍ଡେସନ, ଆସାମ ସରକାର ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଦକ୍ଷିଣ ଏସିଆର ସର୍ବ ବୃହତ ସୁଲଭ ମୂଲ୍ୟରେ କର୍କଟ ଚିକିତ୍ସା ନେଟୱାର୍କ ର୍ନିମାଣ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୦ ଟି ଡାକ୍ତରଖାନା ମଧ୍ୟରୁ ସାତୋଟି ଡାକ୍ତରଖାନା ର୍ନିମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନୋଟି ଡାକ୍ତରଖାନା ବିଭିନ୍ନ ସ୍ତରରେ ର୍ନିମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ସାତଟି ନୂତନ କ୍ୟାନସର ଡାକ୍ତରଖାନା ର୍ନିମାଣ କରାଯିବ ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସମାପ୍ତ ହୋଇଥିବା ସାତୋଟି କ୍ୟାନସର ଡାକ୍ତରଖାନାକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କ୍ୟାନସର ଡାକ୍ତରଖାନା ଗୁଡିକ ଡିବ୍ରୁଗଡ, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲଖୀମପୁର ଏବଂ ଜୋରହାଟରେ ର୍ନିମିତ ହୋଇଛି । ଏହି ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନସକିଆ ଏବଂ ଗୋଲାଘାଟରେ ର୍ନିମାଣ ହେବାକୁ ଥିବା ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।

@ANI

Last Updated : Apr 28, 2022, 5:32 PM IST

ABOUT THE AUTHOR

...view details