ନୂଆଦିଲ୍ଲୀ:ରାମ ମନ୍ଦିର ଉପରେ ସ୍ମାରକ ଡାକ ଟିକେଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ପ୍ରକାଶିତ ଟିକେଟର ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି ମୋଦି । ଏହି ଡିଜାଇନରେ ରାମ ମନ୍ଦିର, ମଙ୍ଗଲ ଭବନ ଅମଙ୍ଗଲ ହାରି, ସୂର୍ଯ୍ୟ, ସରଜୁ ନଦୀ ଏବଂ ମନ୍ଦିର ଚାରିପାଖରେ ରହିଥିବା ମୂର୍ତ୍ତି ସ୍ଥାନ ପାଇଛି ।
ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ 48ଟି ପୃଷ୍ଠା ରହିଥିବା ବେଳେ 20ଟି ଦେଶର ଟିକେଟ ରହିଛି । ମୋଦି ସମୁଦାୟ 6ଟି ଡାକ ଟିକଟ ଉନ୍ମୋଚନ କରିଥିବା ବେଳେ ଏଥିରେ ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ଶବରୀକୁ ସାମିଲ କରାଯାଇଛି ।
ଡାକ ଟିକେଟ ଏବଂ ପୁସ୍ତକ ଉନ୍ମୋଚନ କରିବା ସମୟର ମୋଦି ଏକ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, " ନମସ୍କାର, ରାମରାମ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଭିଯାନ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଲା । ରାମ ମନ୍ଦିରକୁ ସମର୍ପିତ 6 ବିଶେଷ ସ୍ମାରକ ଡାକ ଟିକେଟ ଉନ୍ମୋଚନ କରାଯାଇଛି । ବିଶ୍ବର ବିଭିନ୍ନ ଦେଶରେ ରାମଙ୍କ ସହିତ ଜଜ଼ିତ ଡାକ ଟିକେଟ ଜାରି କରାଯାଇଛି । ଏହାର ଆଲବମ ମଧ୍ୟ ରିଲିଜ କରାଯାଇଛି । ଏନେଇ ମୁଁ ସମସ୍ତ ରାମଭକ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହାକୁ ଏନଭଲପରେ ଲଗାଇବା ପୋଷ୍ଟାଲ ଷ୍ଟାମ୍ପର ଏକ କାର୍ଯ୍ୟ । ଏହା ସାହାଯ୍ୟରେ ବାର୍ତ୍ତା, ପତ୍ର କିମ୍ବା ଜରୁରୀ କାଗଜପତ୍ର ପଠାଯିବ । କିନ୍ତୁ ଏହି ଡାକ ଷ୍ଟାମ୍ପଗୁଡ଼ିକ ଏକ ନିଆରା ଭୂମିକା ଗ୍ରହଣ କରିଥାଏ ।"