ଓଡିଶା

odisha

ETV Bharat / bharat

ପବିତ୍ର ଗୁରୁ ଦିବସରେ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - କେନ୍ଦ୍ର ଶିକ୍ଷାମନ୍ତ୍ରୀ

ପବିତ୍ର ଗୁରୁ ଦିବସରେ ଦେଶର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Sep 5, 2021, 9:41 AM IST

Updated : Sep 5, 2021, 10:58 AM IST

ନୂଆଦିଲ୍ଲୀ: ଗୁରୁ ସର୍ବଦା ପୂଜ୍ୟ । ଆଜ୍ଞାନ ଅନ୍ଧାରରୁ ଯିଏ ଆଲୋକ ଦେଖାଏ ସେ ହେଲେ ଗୁରୁ । ଆଜି ସେହି ଗୁରୁଙ୍କ ପାଇଁ ଦିନଟିଏ । ପବିତ୍ର ଗୁରୁ ଦିବସରେ ଦେଶର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

କୋରୋନା ସମସୟରେ ଶିକ୍ଷକଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ମୋଦି । ଶିକ୍ଷକ ଦିବସରେ, ଶିକ୍ଷାଦାନରେ ନିୟୋଜିତ ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା । ସେମାନଙ୍କ କାର୍ଯ୍ୟ ଯାହା ସର୍ବଦା ଯୁବ ମାନସିକତା ପ୍ରତିପୋଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । କୋଭିଡରେ ଶିକ୍ଷକମାନେ ଯେପରି ଅଭିନବ ଏବଂ ଛାତ୍ରମାନଙ୍କ ଶିକ୍ଷା ଯାତ୍ରା ନିଶ୍ଚିତ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଗୁରୁଦିବସ ଅବସରରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଜରିଆରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରିବା ଆମର ଲକ୍ଷ୍ୟ । ଏହାର ସଫଳ ଉପଯୋଗ ଓଡିଶାରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ପାରିବ । ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଗୁରୁ ଦିବସରେ ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରମାନଙ୍କ ଜୀବନକୁ ସମୃଦ୍ଧ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଭାରତର ଭବିଷ୍ୟତଙ୍କୁ ଗଢିବାରେ ସେମାନେ ଅବଦାନ ବେଶ ପ୍ରଶଂସନୀୟ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 5, 2021, 10:58 AM IST

ABOUT THE AUTHOR

...view details