ଓଡିଶା

odisha

ETV Bharat / bharat

Mann Ki Baat: ତାଞ୍ଜାନିଆ ଭାଇ ଭଉଣୀଙ୍କ ପ୍ରଶଂସାରେ ମୋଦି, ଜାଣନ୍ତୁ କିଏ ଏମାନେ

ପ୍ରଧାନମନ୍ତ୍ରୀ ମୋଦି ନିଜ ମାସିକିଆ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ରେ ପୂର୍ବ ଆଫ୍ରିକୀୟ ତାଞ୍ଜାନିଆ ଦେଶର ଭାଇ ଭଉଣୀଙ୍କୁ କରିଛନ୍ତି ପ୍ରଶଂସା । ତେବେ କିଏ ଏମାନେ ଓ ମୋଦି କାହିଁକି ଏମାନଙ୍କ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି, ଆସନ୍ତୁ ଜାଣିବା ।

By

Published : Feb 27, 2022, 6:49 PM IST

Updated : Feb 27, 2022, 7:05 PM IST

Mann Ki Baat: ତାଞ୍ଜାନିଆ ଭାଇ ଭଉଣୀଙ୍କ ପ୍ରଶଂସାରେ ମୋଦି, ଜାଣନ୍ତୁ କିଏ ଏମାନେ
Mann Ki Baat: ତାଞ୍ଜାନିଆ ଭାଇ ଭଉଣୀଙ୍କ ପ୍ରଶଂସାରେ ମୋଦି, ଜାଣନ୍ତୁ କିଏ ଏମାନେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦି ଆଜି(ରବିବାର) ୮୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଞ୍ଜାନିଆ ଭାଇ ଭଉଣୀଙ୍କୁ ପ୍ରଶଂସା କରିଛନ୍ତି । ଭାରତଠୁ ଅନେକ ଦୂରରେ ଥାଇ ଏମାନେ ମୋଦିଙ୍କୁ କରିଛନ୍ତି ଇମ୍ପ୍ରେସ । ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ବେଳେ ମୋଦି ଏହି ଭାଇ ଭଉଣୀ କିଲି ପଲ ଓ ନିମାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ମୋଦି ଏମାନଙ୍କ ସମ୍ପର୍କରେ ଆଲୋଚନା କରିବା ପରେ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠିଛି କିଏ ଏହି ଭାଇ ଭଉଣୀ ? ଯାହାଙ୍କ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତ ଏମାନେ କିପରି ଲୋକପ୍ରିୟତା ହାସଲ କରିଛନ୍ତି ଏବଂ କାହିଁକି ?

Mann Ki Baat: ତାଞ୍ଜାନିଆ ଭାଇ ଭଉଣୀଙ୍କ ପ୍ରଶଂସାରେ ମୋଦି, ଜାଣନ୍ତୁ କିଏ ଏମାନେ

ତାଞ୍ଜାନିଆ ହେଉଛି ପୂର୍ବ ଆଫ୍ରିକୀୟ ଦେଶ । ଭାରତ ମହାସାଗର ସୀମାରେ ଏହା ଅବସ୍ଥିତ । ଏହି ଦେଶର ଭାଇ ଭଉଣୀଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ସବୁଠି ଚର୍ଚ୍ଚା । ଏ ନେଇ ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଏମାନଙ୍କ ସମ୍ପର୍କରେ ମୋଦି ମଧ୍ୟ ଶୁଣିଛନ୍ତି ଏବଂ ଦେଶବାସୀ ମଧ୍ୟ ଏହି ଭାଇ ଭଉଣୀଙ୍କ ସମ୍ପର୍କରେ ନିଶ୍ଚିତ ଭାବରେ ଶୁଣିଥିବେ ବୋଲି ସେ କହିଛନ୍ତି । ଏହି ଭାଇ ଭଉଣୀଙ୍କ ମଧ୍ୟରେ ଭାରତୀୟ ସଙ୍ଗୀତକୁ ନେଇ ଏକ ଅତୁଟ ଭଲ ପାଇବା ରହିଛି ।

  • କିଏ ଏହି ତାଞ୍ଜାନିଆର ଭାଇ-ଭଉଣୀ ?
Mann Ki Baat: ତାଞ୍ଜାନିଆ ଭାଇ ଭଉଣୀଙ୍କ ପ୍ରଶଂସାରେ ମୋଦି, ଜାଣନ୍ତୁ କିଏ ଏମାନେ

କିଲି ଓ ନିମା ହିନ୍ଦୀ ଭାଷା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ । ତଥାପି ହିନ୍ଦୀ ଗୀତର ପରଫେକ୍ଟ ଲିପ୍ସିଂ କରି ସେ ହାତେଇଛନ୍ତି ଲୋକପ୍ରିୟତା । ଏଭଳି ଅନେକ ଲିପ୍ସିଂ ଭିଡ଼ିଓ ସହ ଡ୍ୟାନ୍ସ କରି ସେ ଏବେ ନେଟିଜେନ୍ସଙ୍କ ହୃଦୟରେ ରାଜ୍‌ କରୁଛନ୍ତି । କିଲିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ତାଙ୍କୁ ଏକ ଡ୍ୟାନ୍ସର ଓ କଣ୍ଟେଣ୍ଟ କ୍ରିଏଟର ଭାବେ ପରିଚୟ ଦେଇଛି । ତାଙ୍କର ଇନଷ୍ଟାଗ୍ରାମରେ ୨.୬ ମିଲିୟନ ବା ୨୦ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି । ସେପଟେ ତାଙ୍କ ଭଉଣୀ ନିମାଙ୍କ ୨୫୯ ହଜାର ଫଲୋୟର୍ସ ରହିଛନ୍ତି ।

  • କିପରି ହାତେଇଲେ ଲୋକପ୍ରିୟତା ?

ତାଞ୍ଜାନିଆର ଏହି ଭାଇ ଭଉଣୀ ହିନ୍ଦୀ ଗୀତରେ ଲିପ୍ସିଂ ସହ ଡ୍ୟାନ୍ସ କରିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ନିକଟରେ ସେମାନେ ଲୋକପ୍ରିୟ ହିନ୍ଦୀ ଫିଲ୍ମ 'ଶେରଶାହ'ର ରାତାଂ ଲମ୍ବିଆ ଗୀତରେ ଡାନ୍ସ କରିଥିଲେ । ସେମାନଙ୍କ ଲିପ୍ସିଂ ଓ ଡ୍ୟାନ୍ସର ଅନ୍ଦାଜ ନେଟିଜେନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଏହାପରେ ଏହି ଭିଡ଼ିଓଟି ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ଏହି ଭାଇ ଭଉଣୀଙ୍କ ଯୋଡ଼ି ଇଣ୍ଟରନେଟ ସେନ୍ସେସନ ବନିଥିବା ଦେଖିବାକୁ ମିଳିଥିଲା ।

  • ସମ୍ମାନିତ କରିଛି ଭାରତ

ଆଫ୍ରିକୀୟ ଦେଶର ଏହି ତାଞ୍ଜାନିଆ ଡ୍ୟାନ୍ସିଂ ଷ୍ଟାରଙ୍କୁ ଭାରତ ପକ୍ଷରୁ ସମ୍ମାନିତ କରାଯାଇଛି । ତାଞ୍ଜାନିଆରେ ଥିବା ହାଇ କମିଶନ ଅଫ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥିଲା । ଏଠାରେ ଥିବା ଭାରତୀୟ କୂଟନୈତିଜ୍ଞ ବିନୟା ପ୍ରଧାନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2022, 7:05 PM IST

ABOUT THE AUTHOR

...view details