ନୂଆଦିଲ୍ଲୀ: ଆଜି(ଶନିବାର) ହେଉଛି ବିଶ୍ବ ପରିବେଶ ଦିବସ । ଏହି ଦିବସ ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଦିବସର ମହାନତା ସମ୍ପର୍କରେ ଆଲୋଚନା କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ ।
World Environment Day: ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ - ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଆଜି ବିଶ୍ବ ପରିବେଶ ଦିବସ ଅବସରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିସି ଯୋଗେ ସାମିଲ ହେବେ । ଅଧିକ ପଢନ୍ତୁ...
ଚଳିତ ବର୍ଷ ଏହି ଦିବସ ଲାଗି କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି 'ଉତ୍ତମ ପରିବେଶ ପାଇଁ ବାୟୋ ଇନ୍ଧନକୁ ପ୍ରୋତ୍ସାହନ ଦେବା' । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ 2020-2025ରେ ଇଥାନଲ ମିଶ୍ରଣ ପାଇଁ ସଡକ ମାନଚିତ୍ର ଉପରେ ବିଶେଷଜ୍ଞ କମିଟିର ରିପୋର୍ଟ ପ୍ରକାଶ କରିବେ । ବିଶ୍ବ ପରିବେଶ ଦିବସ ପାଳନ କରିବାକୁ ଭାରତ ସରକାର ଇ-20 ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯେଉଁଥିରେ ତୈଳ କମ୍ପାନୀଗୁଡିକୁ ପେଟ୍ରୋଲ ସହିତ 20 ପ୍ରତିଶତ ଇଥାନଲ ମିଶାଇ 2023 ମସିହା ଏପ୍ରିଲ 1ତାରଖଠାରୁ ବିକ୍ରି କରିବା ପାଇଁ କୁହାଯାଇଛି ।
ଏହାଦ୍ବାରା ଅତିରିକ୍ତ ଇଥାନଲ ଡିଷ୍ଟିଲେସନ୍(ଶୁଦ୍ଧ କରିବା) କ୍ଷମତା ସ୍ଥାପନ କରିବାରେ ସହଜ ହେବା ସହିତ ସମଗ୍ର ଦେଶରେ ମିଶ୍ରିତ ଇନ୍ଧନ ଉପଲବ୍ଧ କରାଇବା ପାଇଁ ସମୟସୀମା ପ୍ରଦାନ କରିବ । ଏହାସହିତ 2025 ପୂର୍ବରୁ ଇଥାନଲ ଉତ୍ପାଦନକାରୀ ରାଜ୍ୟ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଥାନଲର ବ୍ୟବହାରକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ପୁଣେର 3ଟି ସ୍ଥାନରେ ଇ 100 ଡିସପେନ୍ସିଂ(ବିତରଣ) ଷ୍ଟେସନର ପାଇଲଟ୍ ପ୍ରୋଜେକ୍ଟକୁ ଏହି କାର୍ଯ୍ୟକ୍ରମରେ ଲଞ୍ଚ କରିବାର ଯୋଜନା ରହିଛି ।