ନୂଆଦିଲ୍ଲୀ: ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଆଜି (ମଙ୍ଗଳବାର) ଉଭୟ ନେତାଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ସ୍ଥାନ ପାଇଥିଲା ।
ୟୁକ୍ରେନରେ ଜାରି ରହିଥିବା ସଙ୍କଟକୁ ନେଇ ଉଭୟ ନେତା ଉଦବେଗ ପ୍ରକାଶ କରିଥିଲେ । ପୂର୍ବପରି ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ କରିବା ସହ ଦୁଇ ଦେଶ ୟୁକ୍ରେନ ଓ ଋଷ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ କରିବା ପ୍ରସ୍ତାବକୁ ମଧ୍ୟ ଦୋହରାଇଥିଲେ । ପୂର୍ବରୁ ମଧ୍ୟ ଭାରତ ଏହି ପ୍ରସଙ୍ଗରେ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନ ପ୍ରସ୍ତାବ ଏକାଧିକ ଅନ୍ତର୍ଜାତୀୟ ଫୋରମରେ ଉଠାଇ ସାରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆଉ ଥିରେ ଏହାର ପୁନରାବୃତ୍ତି କରିଛନ୍ତି ।