ଓଡିଶା

odisha

ETV Bharat / bharat

Sydney Event: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଲେ ‘PM Modi is The Boss’ - ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତ

ପ୍ରବାସୀ ଭାରତୀୟ ସମୁଦାୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଆଲବାନିଜ । କହିଲେ ମୋଦି ହେଉଛନ୍ତି ବସ୍‌ । ମନେ ପକାଇଲେ ଗୁଜୁରାଟର ହୋଲି ଖେଳ । ଅଧିକ ପଢନ୍ତୁ

Sydney event: ‘ପିଏମ ମୋଦି ଇଜ ଦି ବସ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ
Sydney event: ‘ପିଏମ ମୋଦି ଇଜ ଦି ବସ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

By

Published : May 23, 2023, 10:02 PM IST

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିଡନୀରେ ପ୍ରବାସୀ ଭାରତୀୟ ସମୁଦାୟ ଦ୍ବାରା ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଆଲବାନିଜ । କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବସ୍‌ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ସୌଭାଗ୍ୟର କଥା ଓ ମୁଁ ଏଥିପାଇଁ ଗର୍ବ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ବର୍ଷ । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ମୋର 6ଷ୍ଠ ସାକ୍ଷାତ । ତାଙ୍କ ସହ ଗୋଟିଏ ମଞ୍ଚରେ ଅଂଶଗ୍ରହଣ କରିବା ଖୁସିର କଥା ।’’

ଆଲବାନିଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ନିଜର ଭାରତ ଗସ୍ତର ସ୍ମୃତି ମଧ୍ୟ ମନେ ପକାଇଥିଲେ । ସେ ମାର୍ଚ୍ଚ ମାସରେ ଭାରତ ଗସ୍ତ ଆସିଥିଲେ । ଏହା ତାଙ୍କ ପାଇଁ ଏକ ଅଭୁଲା କ୍ଷଣ ଥିଲା । ଗୁଜୁରାଟରେ ହୋଲି ପାଳନ, ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଆଦି କାର୍ଯ୍ୟକ୍ରମକୁ ସେ ମନେ ପକାଇଥିଲେ । ସେ ତାଙ୍କ ଗସ୍ତରେ ଭାରତର ଯେଉଁଠାକୁ ଯାଇଥିଲେ, ସେଠାରେ ସେ ଭାରତ-ଅଷ୍ଚ୍ରେଲିଆ ମଧ୍ୟରେ ଥିବା ଗଭୀର ସମ୍ପର୍କର ପ୍ରତିଫଳନ ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ଯଦି ଭାରତକୁ ବୁଝିବାକୁ ଚାହାନ୍ତି, ତେବେ ଭାରତୀୟ ରେଳ ଓ ବସରେ ଯାତ୍ରା କରିବାକୁ ପଡିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ଆଲବାନିଜ ।


ଆଜି କାର୍ଯ୍ୟକ୍ରମରେ ପ୍ରାୟ 20 ହଜାର ପ୍ରବାସୀ ଭାରତୀୟ ଏକାଠି ହୋଇଥିଲେ । ଉଭୟ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିବା ବେଳେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । ଉଭୟ ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଥମେ ପ୍ରଧାନମନ୍ତ୍ରୀ ଆଲବାନିଜ ସ୍ବାଗତ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ବାଖ୍ୟା କରିଥିଲେ ।

ପରେ ଏହି ଭବ୍ୟ ସମାରୋହକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା ମଧ୍ୟ କରିଥିଲେ । ବହୁବର୍ଷ ଧରି ବ୍ରିସବେନରେ ରହୁଥିବା ପ୍ରବାସୀ ଭାରତୀୟଙ୍କର ଏକ ଦାବି ଥିଲା । ତାହା ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ଖୁବଶିଘ୍ର ବ୍ରିସବେନରେ ଏକ ଭାରତୀୟ ଦୂତାବାସ ଖୋଲିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରବାସୀ ଭାରତୀୟଙ୍କ ଦକ୍ଷତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା କହିଥିଲେ । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଦକ୍ଷତା ଓ କର୍ମ କୁଶଳତା ସହ ସଂସ୍କୃତିକ ମୂଲ୍ୟବୋଧ ମଧ୍ୟ ରହିଛି । ଦୁଇ ଦେଶ ମଧ୍ୟରେ ସୁଦୃଢ ହେଉଥିବା ସମ୍ପର୍କ ପ୍ରବାସୀ ଭାରତୀୟଙ୍କୁ ଆହୁରି ସଶକ୍ତ କରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details