ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) Mussoorie ମଶୁରୀର ଲାଲା ବାହାଦୂର ଶାସ୍ତ୍ରୀ ଜାତୀୟ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA)ର 96 ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଭାଲେଡିକ୍ଟୋରୀ ସମାରୋହରେ ଯୋଗ ଦେଇଛନ୍ତି । ଭିସି ଜରିଆରେ ସାମିଲ ହୋଇଛନ୍ତି ମୋଦି । କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଆତ୍ମନିର୍ଭର ଭାରତ ଉପରେ ମତ ରଖିଛନ୍ତି । ଆଧୁନିକ ଭାରତ ଗଠନ ଆମ ସମସ୍ତଙ୍କ ମନରେ ରହିବା ଦରକାର ବୋଲି କହିଛନ୍ତି ମୋଦି । ତେବେ ଏହି ଅବସରରେ ମୋଦି ଟ୍ରେନି ପ୍ରଶାସନିକ ଅଧିକାରୀମାନଙ୍କୁ ମନ୍ତ୍ର ଦେଇଥିଲେ ।
ସେ ଆହୁରି କହିଛନ୍ତି ଯେତେବେଳେ ଆପଣ ନିଷ୍ପତ୍ତି ନିଅନ୍ତି ଅତୀତରେ ଘଟିଥିବା ଘଟଣାର ମୂଳ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଏହାର କାରଣକୁ ବୁଝନ୍ତୁ। କଦାପି ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ। ଚ୍ୟାଲେଞ୍ଜ ଗ୍ରହଣ କରନ୍ତୁ । ନିଜକୁ ସର୍ବଦା କମ୍ଫଟ ଜୋନରେ ରଖନ୍ତୁ ।