ଓଡିଶା

odisha

ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ୧ ଘଣ୍ଟା ଚାଲିଲା ଆଲୋଚନା

By

Published : Oct 30, 2021, 4:40 PM IST

ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାଟିକାନ ସିଟିରେ ପୋପ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଉଭୟଙ୍କ ମଧ୍ୟରେ ୧ ଘଣ୍ଟା ଚାଲିଲା ଆଲୋଚନା
ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଉଭୟଙ୍କ ମଧ୍ୟରେ ୧ ଘଣ୍ଟା ଚାଲିଲା ଆଲୋଚନା

ରୋମ:G-20 ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାଟିକାନ ସିଟିରେ ପୋପ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଲୋଚନା ଶେଷରେ ପୋପଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଉଭୟଙ୍କ ମଧ୍ୟରେ ୧ ଘଣ୍ଟା ଚାଲିଲା ଆଲୋଚନା

ପ୍ରଧାନମନ୍ତ୍ରୀ ମୋଦି ଓ ପୋପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ପାଇଁ ୨୦ ମିନିଟ ସମୟ ସ୍ଥିର କରାଯାଇ ଥିବାବେଳେ ଏହି ସାକ୍ଷାତକାର ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ମୋଦି ଏବଂ ପୋପ୍ ଜଳବାୟୁ ପରିବର୍ତ୍ତନ ସହ ଏ ଦିଗରେ ମୁକାବିଲା ରଣନୀତି, ଦାରିଦ୍ର୍ୟ ଦୂରୀକରଣ ଭଳି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ୨୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଇଟାଲୀର ପୋପଙ୍କ ସହ ସାକ୍ଷାତ କରିଛନ୍ତି । 1999 ମସିହାରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋପ୍ ଜନ୍ ପଲ-୨ୟ ଭାରତ ଗସ୍ତରେ ଆସିଥିଲେ।

ଜି-20 ସମ୍ମିଳନୀ ଆରମ୍ଭ ପୂର୍ବରୁ ଆଜି (ଶନିବାର) ପୋପ୍ ଫ୍ରାନ୍ସିସଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟିରୁ ରୋମର କନଭେନସନ କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଯୋଗ ଦେଇଥିଲେ। ଭାଟିକାନ୍ ରୋମ ଦ୍ବାରା ଘେରି ରହିଥିବା ଏକ ଛୋଟ ସହର, ଯାହା ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟାଳୟ ଭାବେ ବିଶ୍ବବ୍ୟାପୀ ପରିଚିତ ।

ଦୁଇ ଦିନିଆ ଜି-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଗତକାଲି (ଶୁକ୍ରବାର) ଇଟାଲୀରେ ପହଞ୍ଚିଥିଲେ । ସମ୍ମିଳନୀର ଆଜି ଉଦ୍ଘାଟନୀ ଦିବସରେ ଗ୍ଲୋବାଲ ଇକୋନୋମି ଏବଂ ଗ୍ଲୋବାଲ ହେଲଥ ଉପରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ସ୍ଥିରିକୃତ ହୋଇଥିବାବେଳେ ଏଥିରେ ଅଂଶଗ୍ରହଣ କରି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବାର କର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହୋସିଏନ ଲୁଙ୍ଗଙ୍କ ସହ ମଧ୍ୟ ସାକ୍ଷାତ କରିବାର ସମ୍ଭାବନା ରହିଛି । ସେହିପରି ରାତିରେ ପ୍ରଧାନମନ୍ତ୍ରୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଟେର୍ ଡି ଡିଓକ୍ଲେଜିଆନୋରେ ପହଞ୍ଚିବେ ।ପରେ G-20 ସଦସ୍ୟ ରାଷ୍ଟ୍ରମାନଙ୍କ ନେତୃମଣ୍ଡଳୀଙ୍କ ସହ ଏକ ନୈଶ ଭୋଜିରେ ମଧ୍ୟ ଯୋଗ ଦେବେ ।

@ANI

ABOUT THE AUTHOR

...view details