ଓଡିଶା

odisha

ETV Bharat / bharat

ଦୁବାଇରେ ଝଲସୁଛି ରାମ ମନ୍ଦିର ମଡେଲ; ମୋଦି କହିଲେ, ଭାରତ ସୁଯୋଗର ମାଟି - ରାମ ମନ୍ଦିର ମଡେଲ

ଶୁକ୍ରବାର ଉଦଘାଟିତ ଦୁବାଇ ଏକ୍ସପୋରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତୀୟ ପାଭିଲିଅନ । ଝଲସୁଛି ଅଯୋଧ୍ୟା ରାମ ମନ୍ଦିର ମଡେଲ୍‌ର ଝଲକ । ଏକ୍ସପୋ ଦୁବାଇ 2020ରେ ଭାରତୀୟ ପାଭିଲିଅନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିବେଶର ଅପାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଦୁବାଇରେ ଝଲସୁଛି ରାମ ମନ୍ଦିର ମଡେଲ; ମୋଦି କହିଲେ, ଭାରତ ସୁଯୋଗର ମାଟି
ଦୁବାଇରେ ଝଲସୁଛି ରାମ ମନ୍ଦିର ମଡେଲ; ମୋଦି କହିଲେ, ଭାରତ ସୁଯୋଗର ମାଟି

By

Published : Oct 1, 2021, 10:32 PM IST

ନୂଆଦିଲ୍ଲୀ: ଦୁବାଇରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଝଲକ । ଝଲସୁଛି ଅଯୋଧ୍ୟା ରାମ ମନ୍ଦିର ମଡେଲ୍‌ର ଝଲକ । ଶୁକ୍ରବାର ଉଦଘାଟିତ ଦୁବାଇ ଏକ୍ସପୋରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତୀୟ ପାଭିଲିଅନ । ଯେଉଁଥିରେ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସହ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ଭାରତୀୟ ପାଭିଲିଅନରେ ପ୍ରଦର୍ଶିତ ହୋଇଛି ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଆକର୍ଷଣୀୟ ମଡେଲ । ଏହାସହିତ ରାଜସ୍ଥାନ ଜୁନାଗଡ ଦୁର୍ଗ, ସର୍ଦାର ବଲଭଭାଇ ପଟେଲଙ୍କ ଷ୍ଟ୍ୟାଚୁ ଅଫ ୟୁନିଟର ପ୍ରତିରୂପ ମଡେଲ ମଧ୍ୟ ଦେଖିବାକୁ ମିଳିଛି ।

ଦୁବାଇ ଏକ୍ସପୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନର ଏକ ରେକର୍ଡ ମଧ୍ୟ ବାଜିଛି । ଏକ୍ସପୋ ଦୁବାଇ 2020ରେ ଭାରତୀୟ ପାଭିଲିଅନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିବେଶର ଅପାର ସମ୍ଭାବନା ରହିଛି । ଏକ୍ସପୋ 2020ର ମୁଖ୍ୟ ଥିମ୍‌ ରହିଛି 'କନେକ୍ଟିଭିଟି ମାଇନ୍ସ, କ୍ରିଏଟିଙ୍ଗ ଦ ଫ୍ୟୁଚର' ।

ନିବେଶ ପାଇଁ ଭାରତକୁ ଉପଯୁକ୍ତ ଦେଶ ଦର୍ଶାଇ ବିଶ୍ବବ୍ୟାପୀ ନିବେଶକଙ୍କୁ ଆମନ୍ତ୍ରିତ ସହ ନିବେଶ ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଶିଖିବା ମାମଲାରେ ହେଉ କି ଇନୋଭେସନ କିମ୍ବା ନିବେଶ, ଆଜି ବିଶ୍ବରେ ସବୁଠୁ ଖୋଲା ଦେଶ ଭାରତ । କଳା, ବାଣିଜ୍ୟ ଓ ଉଦ୍ୟେଗ କ୍ଷେତ୍ରରେ ଭାରତ ସୁଯୋଗର ମାଟି ବୋଲି କହିଛନ୍ତି ମୋଦି ।

ABOUT THE AUTHOR

...view details