ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଲାଗୁ କରିଦିଆଯାଇଛି ଲକଡାଉନ । ଅନ୍ୟପକ୍ଷେ ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ କଡା ଲକଡାଉନ ଲାଗୁ କରି ଦିଆଯାଇଛି । ଏପଟେ ଦେଶର ପ୍ରମୁଖ ଡାକ୍ତରଙ୍କ ସହିତ ଆଉ ଅପରାହ୍ନ ସାଢେ 4ଟାରେ ଭିଡିଓ କନଫରେନ୍ସରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଚିନ୍ତା ବଢାଉଛି କୋରୋନା, ଡାକ୍ତରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଦେଶର ପ୍ରମୁଖ ଡାକ୍ତରଙ୍କ ସହିତ ଅପରାହ୍ନ 4.30ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...
ଚିନ୍ତା ବଢାଉଛି କୋରୋନା, ଡାକ୍ତରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଏହା ସହିତ ପିଏମ ମୋଦି ପ୍ରମୁଖ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ । ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଗୋଟିଏ ଦିନରେ ଭାରତରେ ରେକର୍ଡ ସଂଖ୍ୟକ 2 ଲକ୍ଷ 73 ହଜାର 810ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ଭାରତରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା 15 ମିଲିୟନ ଅତିକ୍ରମ କରିଛି ଏବଂ ଆମେରିକା ପରେ ଭାରତ ହେଉଛି ବିଶ୍ୱରେ ସର୍ବାଧିକ କୋରୋନା ସଂକ୍ରମିତ ଦେଶ ।