ନୂଆଦିଲ୍ଲୀ:15 ଦିନରେ ପହଞ୍ଚିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଝାଡଖଣ୍ଡର ଦେବଗଡ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ) ପରିସରରେ 10 ହଜାର ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିବା ସହିତ ଡ୍ରୋନ ଦିଦିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିସି ଜରିଆରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଜାନୁଆରୀ 26 ତାରିଖ ଯାଏଁ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିବ । ଏବେ ସୁଦ୍ଧା 12 ହଜାରୁ ଅଧିକ ପଞ୍ଚାୟତରେ ଏହି ଯାତ୍ରା ପହଞ୍ଚି ସାରିଛି । 15 ଦିନରେ 30 ଲକ୍ଷ ଲୋକ ଯାତ୍ରାରେ ଯୋଡ଼ି ହୋଇଛନ୍ତି ।
ସଂକଳ୍ପ ଯାତ୍ରା ହୋଇଛି ମୋଦିଙ୍କ ଗ୍ୟାରେଣ୍ଟି ଗାଡି:ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ହିତାଧୀକାରୀଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଥମରୁ ଏହା ବିକଶିତ ଭାରତ ସଂକଳ୍ପ ଯାତ୍ରା ହୋଇଥିଲା । ମାତ୍ର ସମୟ ଗଡ଼ିବା ସାଙ୍ଗକୁ ଲୋକମାନେ ଏହାର ନାମ ବଦଳାଇ ଦେଇଛନ୍ତି । କେହି କେହି ଏହାକୁ ବିକାଶ ରଥ ନୁୁୁହେଁ ମୋଦିଙ୍କ ଗ୍ୟାରେଣ୍ଟି ଗାଡି ବୋଲି କହୁଛନ୍ତି । ଆଜି ସବୁ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ ଆଗଭର ହୋଇଛନ୍ତି । ଦେଶବାସୀ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି । ଆଜି ଯେଉଁମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଖୁଛନ୍ତି ସେମାନେ କହୁଛନ୍ତି ଭାରତର ଯାତ୍ରା ଜାରି ରହିଛି । ଭାରତ ଏବେ ଅଟକିବ ନା ଥକିବ । ବିକଶିତ ଭାରତ ସଂକଳ୍ପ ଯାତ୍ରା ସେହି ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ସୁବିଧା ପହଞ୍ଚାଇବ ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ । ବିକଶିତ ଭାରତର ସଂକଳ୍ପ 4ଟି ଅମୃତ ସ୍ତମ୍ଭରେ ଉପରେ ରହିଛି । ତାହା ହେଉଛି ଆମ ନାରୀଶକ୍ତି, ଯୁବାଶକ୍ତି, ଚାଷୀ ଓ ଗରିବ ପରିବାର । ମୋ ପାଇଁ ସବୁଠୁ ବଡ଼ ଜାତି ହେଉଛନ୍ତି ଗରିବ, ଯୁବ, ମହିଳା ଓ କୃଷକ । ଏହି 4 ଜାତିର ଉନ୍ନତୀ ହିଁ ଭାରତକୁ ବିକଶିତ କରିବ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆଜି ବିକାଶ ମହତ୍ତ୍ବ କଣ ଗାଁର ସେହି ପ୍ରତିଟି ବ୍ୟକ୍ତି ଜାଣିଛନ୍ତି । ଦେଶବାସୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଜନ ଆନ୍ଦୋଳନ ରୂପ ଦେଇ ଅଭିଯାନକୁ ଆଗକୁ ନେଉଛନ୍ତି । ଦେଶକୁ ବିକଶିତ କରିବାକୁ 149 କୋଟି ଭାରତୀୟ ସଂକଳ୍ପ ନେଇ ସାରିଛନ୍ତି । ଭାରତ ସରକାରଙ୍କ ପ୍ରୟାସ ଉପରେ ଲୋକଙ୍କର ଅତୁଟ ବିଶ୍ବାସ ରହିଛନ୍ତି । ପୂର୍ବ ସରକାରରେ ଦେଶର ବହୁତ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ବାସଗୃହ, ବିତ୍ୟୁତ ଶୌଚାଳୟ କିଛି ନଥିଲା । ଅଧିକାଂଶ ଲୋକ ପୂର୍ବ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ନିରାଶ ହୋଇଥିଲେ । ପୂର୍ବ ସରକାର ସବୁଥିରେ ରାଜନୀତି କରୁଥିଲେ । ତାଙ୍କୁ ନିର୍ବାଚନ ଦେଖାଯାଉଥିଲା ଭୋଟ ବ୍ୟାଙ୍ଗ ଦେଖୁଥିଲେ । ଏପରି ଅନ୍ୟାୟ ତାଙ୍କର ସ୍ବଭାବ ହୋଇଯାଇଥିଲା । ତେଣୁ ଲୋକଙ୍କ ଭରସା ତାଙ୍କ ଉପରୁ ତୁଟିଲା । ଆଜି ଦେଶରେ ଯେଉଁ ସରକାର ଅଛି ସେ ଜନତାଙ୍କୁ ଜନାର୍ଦ୍ଦନ ଭଗବାନ ରୂପ ମାନନ୍ତି କ୍ଷମତା ନୁହେଁ ସେବା ଭାବ ନେଇ କାମ କରନ୍ତି । ଆଜି ଦେଶ କୁଶାସନ ପରାକାଷ୍ଠାକୁ ପଛରେ ପକାଇ ସୁଶାସନ ଅର୍ଥାତ ସବୁ ଯୋଜନାର ଶତ ପ୍ରତିଶତ ଲାଭ ମିଳିବା । ଯେଉଁଠି ଅନ୍ଯଠୁ ଆଶା ଭରସା ଶେଷ ହୁଏ ସେଠି ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ ।''