ଡେରାଡୁନ:ଆମ ଉତ୍ପାଦ ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟର ସିନ୍ଧାନ୍ତ ଉପରେ ହେବ । ରତ୍ପାନୀ ଉପରେ ପର୍ଯ୍ୟବେଶିତ ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ । ଭୋକାଲ ଫର ଲୋକାଲ ଏବଂ ଲୋକାଲ ଫର ଗ୍ଲୋବାଲର ସମୟ ଆସିଛି । ଗାଁ ଉତ୍ପାଦ ଗୁଡିକ ଗ୍ଲୋବାଲ ହେବାର ସମ୍ଭାବନା ରହିଛି ବୋଲି ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆମେ ସୀମାବର୍ତ୍ତୀ ଗାଁରୁ ଶେଷ ଗାଁ ନୁହେଁ ବରଂ ଦେଶର ପ୍ରଥମ ଗାଁ ରୂପରେ ବିକଶିତ କରିବାକୁ ଏକଜୁଟ ହୋଇଛୁ । ଭାରତର ପ୍ରତି ଜିଲ୍ଲା, ପ୍ରତି ବ୍ଲକରେ ଏପରି ଉତ୍ପାଦ ଅଛି ଯାହା ଲୋକାଲ ମାତ୍ର ସେଥିରେ ଗ୍ଲୋବାଲ ହେବାର ସମ୍ଭାବନା ରହିଛି । ବିକଶିତ ଭାରତ ନିର୍ମାଣ ପାଇଁ ନ୍ୟାସନାଲ କ୍ୟାରେକ୍ଟରକୁ ଅଧିକ ସଶକ୍ତ କରିବାକୁ ହେବ । ଆମେ ଯାହା ବି କରିବା ତାହା ବିଶ୍ବରେ ଶ୍ରେଷ୍ଠ ହେବ । ଆମକୁ ଦୁନିଆ ଅନୁକରଣ କରିବ । ଆମ ଉତ୍ପାଦ ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟର ସିନ୍ଧାନ୍ତ ଉପରେ ହେବ । ରତ୍ପାନୀ ଉପରେ ପର୍ଯ୍ୟବେଶିତ ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଶ୍ବ ନିବେଶକ ସମ୍ମିଳନୀରେ ପିଏମ ମୋଦି କହିଛନ୍ତି, ''କେନ୍ଦ୍ର ସରକାର ପିଏଲଆଇ ଭଳି ଏକ ମହତ୍ତ୍ବକାଂକ୍ଷୀ ଅଭିଯାନ ଜାରି ରଖିଛନ୍ତି । ଏଥିରେ ପିଏଲଆଇ ଯୋଜନାରେ ଭାରତରେ ନିବେଶ କରିବାକୁ ଉତ୍ସାହିତ କରିବାକୁ ହେବ । ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନେବାକୁ ଆମକୁ ଦେଶରେ ଗୁରୁତ୍ବପୂର୍ଣ୍ଣ ସପ୍ଲାଏ ଚେନ ବିକଶିତ କରିବାକୁ ହେବ । ଆଗାମୀ କିଛି ବର୍ଷରେ ଭାରତ ଦୁନିଆର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବାକୁ ଯାଉଛି । ତେଣୁ ମୁଁ କହୁଛି ଏହା ସେହି ସମୟ ସଠିକ ସମୟ ଏହା ଭାରତର ସମୟ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଦେବଭୂମି ଉତ୍ତରାଖଣ୍ଡ ଆସିଲେ ମନ ଧନ୍ୟ ହୋଇଯାଏ । କିଛି ବର୍ଷ ପୂର୍ବେ ଯେବେ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସିଥିଲି ମୋ ମୁହଁରୁ ବାହାରିଥିଲେ ଏକବିଂଶ ଶତାଦ୍ଦୀର ଏହି ତୃତୀୟ ଦଶକ ଉତ୍ତରାଖଣ୍ଡର ଦଶକ । ସେହି କଥାକୁ ମୁଁ ଚରିତାର୍ଥ ହେଉଥିବା ଦେଖିବାକୁ ପାଉଛି । ଏହି ଗୌରବ ସହ ଉତ୍ତରାଖଣ୍ଡ ବିକାଶ ସହ ଯୋଡି ହେବାର ଅବସର ମିଳିଛି । ଉତ୍ତରାଖଣ୍ଡ ସେହି ରାଜ୍ୟ ଯେଉଁଠି ଐଶ୍ବରିକ ଓ ବିକାଶ ଦୁଇଟିର ଅନୁଭବ ଏକା ସହିତ ମିଳିଥାଏ । ଉତ୍ତରାଖଣ୍ଡ ଭାବନାକୁ ନେଇ ମୁଁ ବଞ୍ଚିଛି । ସାମର୍ଥ୍ୟରେ ଭରି ରହିଥିବା ଏହି ଦେବଭୂମି ତୁମପାଇଁ ନିବେଶ ପାଇଁ ବହୁତ ଦ୍ବାର ଖୋଲିବାକୁ ଯାଉଛି । ଆଜି ଭାରତ ବିକାଶର ଯେଉଁ ମନ୍ତ୍ର ନେଇ ଆଗକୁ ବଢୁଛି ଉତ୍ତରାଖଣ୍ଡ ତାର ପ୍ରଖର ଉଦାହରଣ । ଏକ ରାଷ୍ଟ୍ର ରୂପରେ ଆମେ ଭାରତକୁ ନେଇ ଗବେଷଣା କରିବା ଦରକାର । ଆକାଂକ୍ଷୀ ଭାରତ ଆଜି ଅସ୍ଥିରତା ଚାହେଁ ନାହିଁ । ସେ ସ୍ଥିର ସରକାର ଚାହେଁ । ଯାହା ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରୁ ଦେଖିବାକୁ ମିଳିଛି । ବିକଶିତ ଭାରତର ନିର୍ମାଣ ଦେଶବାସୀଙ୍କ କର୍ତ୍ତବ୍ୟ । ଏହି ଆତ୍ମବିଶ୍ବାସର ପରିଣାମ କୋରୋନା ସଙ୍କଟ ସମୟରେ ଯେଉଁ ମୁକାବିଲା କରିଥିଲା ସେଥିରେ ଦେଖିବାକୁ ମିଳିଥିଲା । ଅନ୍ୟ ଅର୍ଥ ବ୍ୟବସ୍ଥା ତୁଳନାରେ ଭାରତ ଅଲଗା ସ୍ତରରେ ରହିଛି ।''
ଏହା ବି ପଢନ୍ତୁ...ପ୍ରଥମ ଭାରତୀୟ କଳା ସ୍ଥାପତ୍ୟ ଡିଜାଇନ ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଟନେଲ ତଳୁ 41 ଶ୍ରମିକଙ୍କ ଉଦ୍ଧାର କଥା କହିଲେ: ବିଶ୍ବ ନିବେଶକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କିଛି ଦିନ ତଳେ ଉତ୍ତରକାଶୀ ଟନେଲ ତଳୁ ସୁରକ୍ଷିତ ଉଦ୍ଧାର 41 ଶ୍ରମିକଙ୍କ କଥା କହିଥିଲେ । ସେ କହିଥିଲେ କିଛି ଦିନ ତଳେ ଉତ୍ତରକାଶୀ ସିଲକ୍ୟାରାରେ ଟନେଲ ତଳୁ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଏହି ସଫଳ ଅଭିଯାନ ପାଇଁ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ।
ଡେରାଡୁନର ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଦୁଇ ଦିନିଆ ବିଶ୍ବ ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀର ଉଦଘାଟନ କରିବା ସହିତ ରାଜ୍ୟବାସୀଙ୍କୁ 44କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ସମ୍ମିଳନୀରେ ଦେଶ ବିଦେଶରୁ 1 ହଜାରୁ ଅଧିକ ନିବେଶକ ଓ ପ୍ରତିନିଧି ସାମିଲ ହୋଇଛନ୍ତି । ସମ୍ମିଳନୀର ବିଷୟବସ୍ତୁ ରହିଛି 'ପିସ୍ ଟୁ ପ୍ରସ୍ପରିଟି' (Peace to Prosperity) ଅର୍ଥାତ ଶାନ୍ତିରୁ ପ୍ରଗତି ।