ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି (ଗୁରୁବାର) ତିନି ମୂର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମ୍ୟୁଜିୟମକୁ ଉତ୍ସର୍ଗ କରିଛନ୍ତି ମୋଦି । ଏହା ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭିତରକୁ ଯିବାକୁ ପ୍ରଥମ ଟିକେଟ କିଣିଛନ୍ତି । 45 ଏକର ଜମିରେ 271 କୋଟି ଖର୍ଚ୍ଚରେ ଏହି ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି 14ଜଣ ପ୍ରଧାନମନ୍ତ୍ରୀଙ୍କ ଜୀବନଦର୍ଶନକୁ ବିସ୍ତାର ରୂପେ ସଂଗୃହୀତ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, ଦୂରଦୁଷ୍ଟିରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ହୋଇଛି । ଯେଉଁଠାରେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ସ୍ଥାନିତ ହୋଇଛି । ଏଠାରେ ଫଟୋ, ଭାଷଣ, ଭିଡିଓ କ୍ଲିପ, ଖବରକାଗଜ,ସାକ୍ଷାତକାର ଆଜି ପ୍ରଦର୍ଶିତ ହୋଇଛି । ସାଧାରଣ ଜନତା ସେମାନଙ୍କ ବାବଦରେ ତଥ୍ୟ ପାଇପାରିବେ । ଉଦଘାଟନ ପରେ ମୋଦି କହିଛନ୍ତି ଭାରତ ଇତହାସର ମହାନତା ସହ ଭାରତର ସମୃଦ୍ଧିକାଳ ସହ ଆମେ ସମସ୍ତେ ପରିଚିତ । ଏହାକୁ ନେଇ ଆମେ ବହୁର ଗର୍ବ କରୁ । ଦେଶର ଏହି ଐତିହ୍ୟ ଓ ବର୍ତ୍ତମାନ ସମ୍ପର୍କବରେ ବିଶ୍ବ ମଧ୍ୟ ଠିକ ଭାବେ ପରିଚିତ ହେବା ଦରକାର । ଗଣତନ୍ତ୍ରକୁ ଗଣତାନ୍ତ୍ରିକ ଭାବେ ମଜବୁତ କରିବାର ଗୌରବଶାଳୀ ପରମ୍ପରା ରହିଛି । ଦେଶର ଆଗାମି ପିଢି ଯେତେବେଳେ ଇତିହାସ ସମ୍ପର୍କରେ ଜାଣିବେ ସେତେବେଳେ ସେମାନଙ୍କୁ ଭବିଷ୍ୟତକୁ ସୁଧାରିବାର ଅବସର ମିଳିବ ବୋଲି କହିଛନ୍ତି ମୋଦି ।