ନୂଆଦିଲ୍ଲୀ: ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ । ନୂଆ ଭାରତର ଗୌରବ । ନୂଆ ଭାରତର ଆତ୍ମା । ଦେଶର ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ସମାରୋହ, ପୂଜାର୍ଚ୍ଚନା ସହ ଭାରତର ଆତ୍ମା ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଭାରତୀୟଙ୍କ ଆଶା ଆକାକ୍ଷାଂର ପ୍ରତୀକ ନୂଆ ସଂସଦ ଭାବନ । ଭାରତକୁ ଭବ୍ୟ, ବିଶାଳ ଅତ୍ୟାଧୁନିକ ନୂଆ ସଂସଦ ଭବନ ମିଳିିଛି ।
ସମୟ ପାଖାପାଖି 7ଟା 30ରେ ପାରମ୍ପରିକ ପୋଷାକରେ ସଂସଦ ଭବନ 1 ନମ୍ବର ଗେଟ ଦେଇ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ବାଗତ କରିଥିଲେ । ଏହା ପରେ ନୂଆ ସଂସଦ ଭବନ ଲୋକାର୍ପଣ ସମୋରୋହ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ ବିର୍ଲା ପୂଜାରେ ସାମିଲ ହୋଇଥିଲେ । ପୂଜାର୍ଚ୍ଚନା ହୋମରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ସମସ୍ତ ଅଧିନମ ମଠ ମହନ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ପୂଜାର୍ଚ୍ଚନା ଓ ହୋମ ପରେ ନୂଆ ସଂସଦ ଭବନ ଲୋକାର୍ପିତ ହୋଇଥିଲା । ନୂତନ ସଂସଦ ଭବନ ଉଦଘାଟନୀ ସମାରୋହରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ନୂଆ ସଂସଦ ଭବନ ଲୋକାର୍ପଣ ବେଳେ ମହାର୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଅର୍ପଣ କରିଥଲେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ ବିର୍ଲା । ଏହା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଐତିହ୍ୟ ସେଙ୍ଗୋଲର ସ୍ଥାପନା କରାଯାଇଥିଲା । ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଏହି ସେଙ୍ଗୋଲର ସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ ।
ଏହା ବି ପଢନ୍ତୁ....ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହ୍ୟ 'ସେଙ୍ଗୋଲ'