ନୂଆଦିଲ୍ଲୀ: ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ । ଏହି ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର 25 ବର୍ଷ ପୂର୍ତ୍ତୀ ନେଇ 5,800କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମର ବୈଜ୍ଞାନିକ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସଲାମ । 1998ରେ ଅଟଳ ଜୀଙ୍କ ନେତୃତ୍ବ ପୋଖରନ ପରୀକ୍ଷଣ ସଫଳ ହୋଇଥିଲା । ଦେଶର ବୈଜ୍ଞାନିକ ପୋଖରାନର ଉପଲବ୍ଧି ହାସଲ କରିଥିଲେ ଯେଉଁଥିରେ ମାଆ ଭାରତୀର ପ୍ରତ୍ୟେକ ସନ୍ତାନ ମୁଣ୍ଡ ଗର୍ବରେ ଉପରକୁ ଉଠିଥିଲା । ମୁଁ ସେ ଦିନ କେବେ ଭୁଲିବି ନାହିଁ ଯେବେ ଅଟଳ ଜୀ ଭାରତରେ ପରମାଣୁର ସଫଳ ପରୀକ୍ଷଣ ନେଇ ଘୋଷଣା କରିଥିଲେ । ଏହି ସଫଳତା ଜରିଆରେ ବୈଜ୍ଞାନିକମାନେ ସେମାନଙ୍କ ସାମର୍ଥ୍ୟର ପ୍ରମାଣ ଦେଇଥିଲେ । ବୈଷୟିକ କ୍ଷେତ୍ରରେ ଭାରତକୁ ଆଗକୁ ନେଇଥିଲେ । ଆମ ଆଗରେ 2047 ନେଇ ସ୍ପଷ୍ଟ ଲକ୍ଷ୍ୟ ରହିଛି । ଆମକୁ ଦେଶକୁ ବିକଶିତ ଓ ଆତ୍ମନିର୍ଭର କରିବାକୁ ହେବ । ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉନ୍ନତି ଲକ୍ଷ୍ୟ ପ୍ରାପ୍ତି । ଭାରତର ଟେକ୍ନୋଲୋଜି କେବଳ ଦବଦବା କାୟମ ରଖିବାର ମାଧ୍ୟମ ନୁହେଁ ବରଂ ଦେଶର ପ୍ରଗତିକୁ ଆଗକୁ ନେବାର ମାଧ୍ୟମ ।ଆଗରୁ ବିଜ୍ଞାନ କେବଳ ବହିର ସୀମିତ ଥିଲା । ଏବେ ଏକ୍ସପେରିମେଣ୍ଟରେ ପରିଣତ ହୋଇଛି ।''
ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ । 1998 ରେ ଆଜିର ଦିନ ଆମର ବୈଜ୍ଞାନିକମାନଙ୍କର ଅସାଧାରଣ ସଫଳତାକୁ ମନେ ରଖିବାକୁ ଭାରତ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା । ମେ 11 ରେ ଟେକ୍ନୋଲୋଜି କ୍ଷେତ୍ରରେ ଭାରତର ସଫଳତା ଉପରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥାଏ ।