ଓଡିଶା

odisha

ETV Bharat / bharat

ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି (PM Modi inaugurates Mopa International Airport)। ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହି ବିମାନ ବନ୍ଦର ଗୋଆର ପର୍ଯ୍ୟଟନକୁ ସାରା ବିଶ୍ବରେ ଆହୁରି ପରିଚିତ କରାଇବ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

By

Published : Dec 11, 2022, 8:47 PM IST

ହାଇଦ୍ରାବାଦ:ଗାଆର ମୋପାରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi inaugurates Mopa International Airport) । ମୋପାରେ ନିର୍ମାଣ କରାଯାଇଥିବା ଏହି ବିମାନ ବନ୍ଦରର ନାମ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ନାମରେ ନାମିତ କରାଯାଇଛି । ଏହି ଅନ୍ତର୍ଜାତୀୟ ବିମାନ ବନ୍ଦର ସାରା ବିଶ୍ବରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ପାଇଥିବା ପଶ୍ଚିମ ଉପକୂଳ ରାଜ୍ୟ ଗୋଆରେ ଏୟାର କନେକ୍ଟଭିଟି ଏବଂ ପର୍ଯ୍ୟଟନ ବୃଦ୍ଧି ଦିଗରେ ଏକ ସଫଳ ଭୂମିକା ଲିଭାଇବା ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ଲୋକାର୍ପଣ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୋପାରେ ଲୋକାର୍ପିତ ହୋଇଥିବା ଏହି ଅତ୍ୟାଧୁନିକ ବିମାନ ବନ୍ଦର ଗୋଆରେ ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ଯୋଗାଯୋଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହାକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ବିକଶିତ କରାଯାଇଛି । ଦେଶରେ ଗତ 8ବର୍ଷ ମଧ୍ୟରେ ଏୟାର କନେକ୍ଟିଭିଟିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବର୍ତ୍ତମାନ ସାରା ବିଶ୍ବରେ ଭାରତ ତୃତୀୟ ବୃହତ ଆଭିଏସନ ମାର୍କେଟ ହେବାକୁ ଯାଉଛି ।"

ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୋଟ 2,870 କୋଟି ଟଙ୍କା ବ୍ୟୟ ହୋଇଛି । 2016 ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ । ଏହି ନୂତନ ଅନ୍ତର୍ଜାତୀୟ ବିମାନବନ୍ଦରଟି ଗୋଆର ଉତ୍ତରରେ ରହିଛି । ଯାହାକି ରାଜଧାନୀ ପାନଜୀଠାରୁ ପ୍ରାୟ 35 କିଲୋମିଟର ଦୂର । ଗାଆରେ ପୂର୍ବରୁ ଥିବା ବିମାନ ବନ୍ଦର ଏବେ କେବଳ ନୌସେନା ପାଇଁ ବ୍ୟବହାର ହେବ । ଏହି ନୂତନ ବିମାନ ସିଭିଲ ଆଭିଏସନ ଅପରେସନ ପାଇଁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରାଯିବାକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (AAI) ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details