ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ସକାଳ ୧୦ ଟା ୩୦ ରେ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ଯୋଗେ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି । (PM to deliver Keynote address at national launch ceremony of 'Azadi Ke Amrit Mahotsav se Swarnim Bharat Ke Ore) । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ଦେଶର ସ୍ବପ୍ନ ଗୋଟିଏ । ଆଗକୁ ଏକ ନୂଆ ସକାଳ ଆସିବାକୁ ଅଛି । ସଙ୍କଳ୍ପ ସହ ସାଧନା ଯୋଡି ହୋଇଗଲେ ସଫଳତା ନିଶ୍ଚିନ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେ ଆହୁରି କହିଛନ୍ତି ସବକା ସାଥ, ସବକା ବିକାଶ ଓ ସବକା ସାଥ ଦେଶର ମୂଳ ମନ୍ତ୍ର । ଆମ ସମାଜରେ ଗୋଟିଏ ଖରାପ ସମସ୍ତଙ୍କୁ ଭିତରେ ଘର କରି ନେଇଛି । ଏହି ଖରାପ ଜିନିଷଟି ନିଜ ଦାୟିତ୍ବରୁ ମୁହଁ ଫେରାଇ ଦେବାକୁ ବାଧ୍ୟ କରିଥାଏ । ବ୍ରହ୍ମାକୁମାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୋଦି । ବ୍ରହ୍ମାକୁମାରୀର ମୁଖ୍ୟାଳୟରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହାଦ୍ବାରା ଦେଶରେ ୧୫ ହଜାର କାର୍ଯ୍ୟକ୍ରମ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେ ବି ଅନ୍ଧାର ଆସୁ ନାଁ କାହିଁକି ଭାରତ ତାର ମୂଳ ସ୍ବଭାବ ଛାଡେ ନାହିଁ । ଆଜି କୋଟି କୋଟି ଭାରତୀୟ ସ୍ବର୍ଣ୍ଣିମ ଭାରତର ଆଧାରରେ ପହଞ୍ଚିଛି । ରାଷ୍ଟ୍ରର ପ୍ରଗତି ସହିତ ହିଁ ଆମର ପ୍ରଗତି । ରାଷ୍ଟ୍ରର ଅସ୍ତିତ୍ବ ହିଁ ଆମର ଅସ୍ତିତ୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ଏକ ନୂଆ ଭାରତ ନିର୍ମାଣରେ ସବୁଠୁ ବଡ ତାକତ ହେବାରେ ଲାଗିଛି । ଆଜାଦୀରେ ନାରୀଶକ୍ତିର ମହତ୍ବପୂର୍ଣ୍ଣ ଭୂମିକା ରହିଛି ।