ଓଡିଶା

odisha

By

Published : Sep 8, 2022, 9:55 PM IST

ETV Bharat / bharat

ବଦଳିଲା ଇତିହାସ, ହଟିଲା ବ୍ରିଟିଶ ରାଜର ଛାପ: କର୍ତ୍ତବ୍ୟ ପଥ ଓ ନେତାଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟପଥ ଓ ନେତାଜୀ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଲୋକମାଳାରେ ଝଲୁସୁଛି ଅଣ୍ଡିଆ ଗେଟରୁ ରାଷ୍ଟ୍ରପତି ଭବନ । ବଦଳିଲା ବ୍ରିଟିଶ ଅମଳର ଇତିହାସ । ଅଧିକ ପଢନ୍ତୁ

କର୍ତ୍ତବ୍ୟପଥ ଓ ନେତାଜୀ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
କର୍ତ୍ତବ୍ୟପଥ ଓ ନେତାଜୀ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତୀୟ ଗଣତନ୍ତ୍ର ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ବ୍ରିଟିଶ ଅମଳରୁ ନାମିତ ଥିବା ରାଜଧାନୀ ରାଜପଥର ନାମ ପରବର୍ତ୍ତନ ସାଙ୍ଗକୁ ନବୀକରଣ ହୋଇଥିବା କର୍ତ୍ତବ୍ୟ ପଥକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ଆୟୋଜିତ କାର୍ଯ୍ୟକ୍ରମର କର୍ତ୍ତବ୍ୟ ପଥ, ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଆଲୋକମାଳାରେ ଝଲସୁଛି ଜାତୀୟ ଯୁଦ୍ଧ ସ୍ମାରକୀ
ଆଲୋକମାଳାରେ ଝଲସୁଛି କର୍ତ୍ତବ୍ୟ ପଥ
ସଜେଇ ହେଇଛି ଇଣ୍ଡିଆ ଗେଟ

ଆଜି ଲୋକାର୍ପଣ ଅବସରରେ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ପଥକୁ ଆଲୋକମାଳରେ ସଜ୍ଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ । ପରେ ଏକ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।

ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ
ତ୍ରିରଙ୍ଗା ରଙ୍ଗରେ ଇଣ୍ଡିଆ ଗେଟ

କର୍ତ୍ତବ୍ୟ ପଥର ଲୋକାର୍ପଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡିଆ ଗେଟ ନିକଟରେ ସଦ୍ୟ ନିର୍ମିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ଗ୍ରାନାଇଟ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ନେତାଜୀଙ୍କର ଏହି ଗ୍ରାନାଇଟ ପ୍ରତିମୂର୍ତ୍ତିର ଉଚ୍ଚତା 28 ଫୁଟ ହୋଇଥିବା ବେଳେ ଜେଟ୍ ବ୍ଲାକ୍ ଗ୍ରାନାଇଟ ପଥରରେ ଏହାକୁ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details