ଲକ୍ଷ୍ନୌ: ଉତ୍ତରପ୍ରଦେଶର ମହୋବା ଅଞ୍ଚଳରେ ୩୨୪୦ କୋଟିର ପ୍ରକଳ୍ପର ଉଦଘାଟନ କରିଛନ୍ତି ପିଏମ ମୋଦି । ଶୁକ୍ରବାର ବୁନ୍ଦେଲଖଣ୍ଡର ମରୁଡି ପ୍ରବଣ ଅଞ୍ଚଳର ଚାଷୀଙ୍କ ପାଇଁ ଜଳ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମହୋବାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏଠାରେ ରାଜ୍ୟର ଅର୍ଜୁନ ସହାୟାକ ପ୍ରକଳ୍ପ, ରୌତଲି ୱେୟାର ପ୍ରୋଜେକ୍ଟ, ଭୋନି ଡ୍ୟାମ ପ୍ରକଳ୍ପ ଏବଂ ମଜଗାଓଁ-ଚିଲି ସ୍ପ୍ରିଙ୍କଲ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ମହୋବାରେ ଅର୍ଜୁନ ସାହାୟକ ପ୍ରକଳ୍ପର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି କହିଛନ୍ତି । ଦିଲ୍ଲୀ ସରକାର ସହିତ ପ୍ରତି ଅଞ୍ଚଳର ଲୋକଙ୍କ ସହିତ ଜଡିତ କରିଛୁ । ଯାହା ଗତ ୭ ବର୍ଷରେ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକାଶ ପହଞ୍ଚି ପାରିଛି ବୋଲି କହିଛନ୍ତି ।