ବେଙ୍ଗାଲୁରୁ:ଆଜି ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ବେଙ୍ଗାଲୁରୁରେ ଆମେରିକୀୟ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂର ନୂତନ ବୈଷୟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କେନ୍ଦ୍ରର(BIETC) ଉଦଘାଟନ କଲେ ମୋଦି । ଉଦଘାଟନ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ଏବଂ ବୋଇଙ୍ଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବୋଇଂର ଏହି କ୍ୟାମ୍ପସ 43 ଏକର ଜମିରେ ରହିଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ 1600 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆମେରିକାରେ ବେଙ୍ଗାଲୁରୁରେ ଏହି କମ୍ପାନୀ ଅଧିକ ନିବେଶ କରିଛି ।
ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଦିନକୁ ଦିନ ବିମାନ ଚଳାଚଳ କ୍ଷେତ୍ର ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ଦେଶର ଯୁବତୀମାନଙ୍କୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି କାର୍ଯ୍ୟକ୍ରମ ଯୁବତୀ ଏବଂ ମହିଳାମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ(STEM) କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ କୌଶଳ ଶିଖିବା ଏବଂ ବିମାନ କ୍ଷେତ୍ରରେ ଚାକିରି ପାଇଁ ତାଲିମ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧୀନରେ, STEM କ୍ଷେତ୍ରରେ ରୁଚି ରଖୁଥିବା ଯୁବତୀମାନଙ୍କୁ ସାହାଯ୍ୟ ମିଳିବ । ଏହା ଅଧୀନରେ 150ଟି ସ୍ଥାନରେ ଲ୍ୟାବ ନିର୍ମାଣ କରାଯିବା ନେଇ ସୂଚନା ରହିଛି ।