ଓଡିଶା

odisha

ETV Bharat / bharat

Aadi Mahotsav: ‘ଦେଶର ଏକତାର ସାମର୍ଥ୍ୟକୁ ଏକ ନୂଆ ଶିଖର ଦେଉଛି ଆଦି ମହୋତ୍ସବ’ - ଆଦି ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଆଦି ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଦି ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
PM Modi inaugurates Aadi Mahotsav

By

Published : Feb 16, 2023, 1:30 PM IST

ନୂଆଦିଲ୍ଲୀ:ମେଜର ଧାନ ଚାନ୍ଦ ଷ୍ଟାଡିୟମରେ ସର୍ବବୃହତ ଆଦି ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଏହି ଆଦି ମହୋତ୍ସବକୁ ତାଙ୍କ ପାଇଁ ସମର୍ପଣ କରିଛନ୍ତି । ଆଦି ମହୋତ୍ସବ ବିବିଧତା ମଧ୍ୟରେ ଏକତାର ସାମର୍ଥ୍ୟକୁ ଏନ ନୂଆ ଶିଖର ଦେଉଛି । ଏହା ବିକାଶ ଏବଂ ଐତିହର ବିଚାରକୁ ଅଧିକ ଜୀବନ୍ତ କରୁଛି । ଏକବିଂଶ ଶତାଦ୍ଦୀରେ ଭାରତ ସବକା ସାଥ ସବକା ବିକାଶର ମନ୍ତ୍ର ନେଇ ଆଗକୁ ବଢୁଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଗତ 8ରୁ 9 ବର୍ଷରେ ଆଦିବାସୀ ସମାଜ ସହ ଜଡିତ ଆଦି ମହୋତ୍ସବ ଭଳି କାର୍ଯ୍ୟକ୍ରମ ଦେଶ ପାଇଁ ଏକ ଅଭିଯାନ ହୋଇଛି । ଆଦିବାସୀ ସମାଜକୁ ନେଇ ଆଜି ଦେଶ ଯେଉଁ ଗୌରବ ସହ ଆଗକୁ ବଢୁଛି ଏହା ପୂର୍ବରୁ କେବେ ହୋଇନାହିଁ । ବିଶ୍ବ ଦରବାର ଆଦିବାସୀ ପରମ୍ପରାର ଗୌରବମୟ ଝଲକ ଦେଖିବାକୁ ମିଳୁଛି । ଆଦିବାସୀ ଉତ୍ପାଦନ ଅଧିକରୁ ଅଧିକରୁ ବଜାରକୁ ଆସୁ ଏହାର ପରିଚୟ ଓ ଚାହିଦା ବଢୁ ସରକାର ସେ ଦିଗରେ ଲଗାତାର ପ୍ରୟାସ କରୁଛନ୍ତି । ଆଜି ସରକାର ଜନଜାତି ଆର୍ଟସ ପ୍ରୋତ୍ସାହନ, ଜନଜାତି ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି । ଏବେ ଆମ ଆଦିବାସୀ ପିଲା, ଯୁବଗୋଷ୍ଠୀ ନିଜ ଭାଷାରେ ପଢୁଛନ୍ତି ଆଗକୁ ବଢୁଛନ୍ତି ।''

ଗତ 8ରୁ 9 ବର୍ଷରେ ଆଦିବାସୀ ସମାଜର ଯାତ୍ରା ପରିବର୍ତ୍ତନର ସାକ୍ଷୀ ହୋଇଛି କି ଦେଶ କିପରି ସମାନତାକୁ ପ୍ରାଥମିକତା ଦେଉଛି । ଦେଶ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମାଜ ବଡ ଭୂମିକା ତୁଲାଇଛନ୍ତି । ତାଙ୍କର ସେହି ବଳିଦାନ ଉପରେ ପରଦା ପକାଇବାକୁ ସର୍ବଦା ପ୍ରୟାସ କରାଯାଇଥିଲା । ଅମୃତ ମହୋତ୍ସବରେ ଦେଶ ଅତୀତର ସେହି ଅଧ୍ୟୟନକୁ ସାମ୍ନାକୁ ଆଣିବାକୁ ଯାଉଛି ବୋଲି କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ଆଦିବାସୀ । ଆଦିବାସୀଙ୍କ ଜୀବନଶୈଳୀ ମୋତେ ଦେଶର ପରମ୍ପରା ବିଷୟରେ ଅବଗତ କରାଇଛି ବୋଲି କହିଛନ୍ତି ପ୍ରଧାମନନ୍ତ୍ରୀ ।

ଏହା ବି ପଢନ୍ତୁ...Nikki Yadav Murder Case: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ୯ ତାରିଖ ଯାଏଁ ବଞ୍ଚିଥିଲେ ନିକି

ଆଦି ମହୋତ୍ସବରେ ଆଦିବାସୀଙ୍କ ଦ୍ବାରା ଅଭିବୃଦ୍ଧି ହୋଇଥିବା ଶ୍ରୀଅନ୍ନକୁ ଅଧିକ ଫୋକସ କରାଯାଇଛି । ୧୩ଟି ରାଜ୍ୟର ରୋଷେୟାମାନେ ଏହି ମହୋତ୍ସବରେ ସାମିଲ ହୋଇଛନ୍ତି । ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ଜମ୍ମୁ କାଶ୍ମୀରର ଆଦିବାସୀମାନେ ଏଥିରେ ଯୋଗ ଦେଇଛନ୍ତି । ଏହି ମହୋତ୍ସବରେ ଆଦିବାସୀ ହସ୍ତତନ୍ତ, ଚିତ୍ର, ଅଳଙ୍କାର, ବାଉଁଶ କାରିଗର, ଖାଦ୍ୟ ପ୍ରାକୃତିକ ଦ୍ରବ୍ୟ ପ୍ରଦର୍ଶିତ ହେଉଛି । 200ରୁ ଅଧିକ ଷ୍ଟଲ ଲାଗିଛି ।

ABOUT THE AUTHOR

...view details