ନୂଆଦିଲ୍ଲୀ:ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଇଏମସିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫ଜି ୟୁଜ କ୍ୟାସ ଲ୍ୟାବ୍ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରିଛନ୍ତି । ଏହି ପରୀକ୍ଷାଗାର ଗୁଡିକ 100 ୫ଜି ଲ୍ୟାବ୍ ଇନିସିଏଟିଭ ଅଧୀନରେ ବିକଶିତ ହୋଇଛି । ଏହା ସହିତ କାର୍ଯ୍ୟକ୍ରମକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଦିନ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନ ପାଇଁ ଆମ କହୁ ଦି ଫ୍ୟୁଚର ଇଜ ହିୟର ଆଣ୍ଡ ନାଓ ।
ଭାରତୀୟ ମୋବାଇଲ କଂଗ୍ରେସକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ଆଜି ପ୍ରତିଦିନ ଟେକ୍ନୋଲୋଜିରେ ପରିବର୍ତ୍ତନ ହେଉଛି । ଏଠାରେ ପ୍ରଦର୍ଶନୀରେ କିଛି ଷ୍ଟଲ ଦେଖିଲି ସେଥିରେ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ଟେଲିକମ ସେକ୍ଟରରେ ଭବିଷ୍ୟତ ସମ୍ପୂର୍ଣ୍ଣ ଅଲଗା ହେବାକୁ ଯାଉଛି । ଭାରତରେ 5ଜିର ବିସ୍ତାର ହେବାକୁ ଯାଉଛି । 6ଜି ଟେକ୍ନୋଲୋଜିରେ ମଧ୍ୟ ଲିଡର ହେବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତେ ଜାଣନ୍ତି 2ଜି ସମୟରେ କଣ ହୋଇଥିଲା । ଆମ ସମୟରେ 4ଜିର ବିସ୍ତାର ହୋଇଥିଲା ମାତ୍ର ଟିକେ ବି ଦାଗ ନଥିଲେ । ମୋର ବିଶ୍ବାସ ଅଛି ଭାରତ ଦୁନିଆକୁ ଲିଡ କରିବ । ନିକଟରେ ଗୁଗଲ ଘୋଷଣା କରିଛି ସେ ଭାରତରେ ତାର ପିକ୍ସଲ ଫୋନ ତିଆରି କରିବ । ସମଗ୍ର ଦୁନିଆ ମେଡ ଇନ୍ ଇଣ୍ଡିଆ ଫୋନ ବ୍ୟବହାର କରୁଛି ଏହା ଆମ ସମସ୍ତଙ୍କୁ ଗର୍ବିତ କରିଛି । 5ଜିକୁ ଭାରତର ପ୍ରତି ନାଗରିକଙ୍କ ନିକଟରେ ପହଞ୍ଚାଇବାକୁ କାମ ଆରମ୍ଭ ହୋଇଛି । ଆମେ ରୋଲ ଆଉଟ ଷ୍ଟେଜରୁ ରିଚ ଆଉଟ ଷ୍ଟେଜରେ ପହଞ୍ଚିଛୁ । ଆମେ କେବଳ 5ଜିର ବିସ୍ତାର କରିନାହୁଁ । 6ଜି କ୍ଷେତ୍ରରେ ଲିଡର ହେବା ଦିଗରେ ଗତି କରୁଛୁ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ସବୁ କ୍ଷେତ୍ରରେ ଗଣତାନ୍ତ୍ରିକତାର ଶକ୍ତିକୁ ବିଶ୍ବାସ କରୁ । ଭାରତରେ ବିକାଶର ଲାଭ ସବୁ ବର୍ଗ,ସବୁ କ୍ଷେତ୍ରରେ ପହଞ୍ଚୁ । ସମସ୍ତେ ଏଥରୁ ଉପକୃତ ହୁଅନ୍ତୁ । ସମସ୍ତଙ୍କୁ ସମ୍ମାନ ଜୀବନ ମିଳୁ । ସମସ୍ତେ ଟେକ୍ନୋଲୋଜିର ଫାଇଦା ନିଅନ୍ତୁ ଏ ଦିଗରେ ଆମେ ଦ୍ରୁତ ଗତିରେ କାମ କରୁଛୁ । ପ୍ରଯୁକ୍ତି ବିଦ୍ୟା ଜୀବନରେ ପରବର୍ତ୍ତନ ଆଣିଛି । ନାଗରିକଙ୍କ ପାଇଁ ଆସେସଟୁ କ୍ୟାପିଟାଲ, ଆସେସଟୁ ରିସୋସେସ ଏବଂ ଆସେସଟୁ ଟେକ୍ନୋଲୋଜିକୁ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ଭାରତର ସେମି କଣ୍ଡକ୍ଟର ମିଶନ କେବଳ ଘରୋଇ ଡିମାଣ୍ଡ ନୁହେଁ ଏହା ଦୁନିଆର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ ନେଇ ଆଗକୁ ବଢୁଛି । ବିକାଶଶୀଳ ଦେଶରୁ ବିକଶିତ ଦେଶ ହେବାର ଯାତ୍ରାକୁ ଟେକ୍ନୋଲୋଜି କେବଳ ଦ୍ରୁତ କରିପାରିବ । ଏକବିଂଶ ଶତାଦ୍ଦୀର ଏହି ସମୟ ଭାରତର ନେତୃତ୍ବକୁ ଦୁନିଆ ଅନୁକରଣ କରିବ ।''