ଓଡିଶା

odisha

By ETV Bharat Odisha Team

Published : Oct 27, 2023, 7:40 AM IST

ETV Bharat / bharat

ମହାରାଷ୍ଟ୍ରକୁ 7,500 କୋଟିର ପ୍ରକଳ୍ପ ଭେଟି, ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଦିନିକିଆ ମହାରାଷ୍ଟ୍ର ଗସ୍ତ କରି ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ 7500 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଅଧିକ ପଢ଼ନ୍ତୁ

pm modi Addressing a programme in Shirdi
PM Modi visit to Maharastra

ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶକୁ ଗରିବୀରୁ ମୁକ୍ତି ମିଳୁ । ଗରିବ ପରିବାରକୁ ଆଗକୁ ବଢିବାକୁ ଅବସର ମିଳୁ ଏହା ହିଁ ସତ୍ୟ ସାମାଜିକ ନ୍ୟାୟ । ଆମ ସରକାର ସବ୍‌କା ସାଥ୍‌ ସବକା ବିକାଶର ମନ୍ତ୍ରକୁ ନେଇ ଆଗକୁ ଚାଲୁଛି । ଆମର ଡବଲ ଇଞ୍ଜିନ ସରକାରର ସର୍ବୋଚ୍ଚ ପ୍ରାଥମିକତା ଗରିବ କଲ୍ୟାଣ । ଆଜି ଦେଶରେ ଅର୍ଥ ବ୍ୟବସ୍ଥା ବଢ଼ୁଛି ଗରିବ କଲ୍ୟାଣ ପାଇଁ ସରକାରଙ୍କ ବଜେଟ ବି ବଢୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ମହାରାଷ୍ଟ୍ର ଗସ୍ତ କରି ରାଜ୍ୟବାସୀଙ୍କୁ 7,500କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ଶିରିଡିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ,"ମହାରାଷ୍ଟ୍ରରେ 1 କୋଟି 10 ଲକ୍ଷ ଆୟୁଷ୍ମାନ କାର୍ଡ ଦିଆଯାଇଛି । ଏହାଦ୍ବାରା ପରିବାର ପିଛା 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ମାଗଣାରେ ମିଲିପାରିବ । ଏନେଇ 17 ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାଗଣା ରାସନ ପାଇଁ 4 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଗରିବଙ୍କ ପାଇଁ ଘର ତିଆରି କରିବାକୁ ମଧ୍ୟ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପ୍ରତି ଘରେ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଏବେ ଯାଏ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନିକଟରେ ବିଶ୍ବକର୍ମା ଯୋଜନା ଆରମ୍ଭ ହୋଇଥିଲା, ଏଥିରେ କ୍ଷୁଦ୍ର ବ୍ୟବସାୟୀଙ୍କୁ 13 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । 2014 ପୂର୍ବରୁ ଆପଣମାନେ ବଡ଼ ବଡ଼ ସଂଖ୍ୟା ଶୁଣିଥିଲେ ମାତ୍ର ସେ ସବୁ ଏତିକି ଲକ୍ଷ ଘୋଟାଲା, ଏତିକି ଲକ୍ଷ ଦୁର୍ନୀତିକୁ ନେଇ ଥିଲା । ଆଜି ଏହି ଟଙ୍କା ବିକାଶ ପାଇଁ ଖର୍ଚ୍ଚ ହେଉଛି ।ଦେଶକୁ ଗରିବୀରୁ ମୁକ୍ତି ମିଳୁ । ଗରିବ ପରିବାରକୁ ଆଗକୁ ବଢିବାକୁ ଅବସର ମିଳୁ ଏହା ହିଁ ସତ୍ୟ ସାମାଜିକ ନ୍ୟାୟ । ଆମ ସରକାର ସବକା ସାଥ ସବକା ବିକାଶର ମନ୍ତ୍ରକୁ ନେଇ ଆଗକୁ ଚାଲୁଛି ।ଆମର ଡବଲ ଇଞ୍ଜିନ ସରକାରର ସର୍ବୋଚ୍ଚ ପ୍ରାଥମିକତା ଗରିବ କଲ୍ୟାଣ ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ନିଲୱନ୍ଦେ ଡ୍ୟାମର ଜଳ ପୂଜନ ହୋଇଛି । ଏହାକୁ 1970ରେ ସ୍ୱିକୃତୀ ମିଳିଥିଲା । ଭାବନ୍ତୁ ଏହି ଯୋଜନା 5 ଦଶକ ପୂର୍ବରୁ ହୋଇଥିଲା ମାତ୍ର ଯେବେ ଆମ ସରକାର ଆସିଲା ଏହା ଉପରେ ଦ୍ରୁତ ଗତିରେ କାମ ହୋଇଥିଲା । ମହାରାଷ୍ଟ୍ରର ବିକାଶ ଯେତେ ଦ୍ରୁତ ଗତିରେ ହୋଇଛି ସେହି ଗତିରେ ଭାରତ ବିକଶିତ ହେବ । ମହାରାଷ୍ଟ୍ର ତାର ସାମର୍ଥ୍ୟ ଏବଂ ସମ୍ଭାବନାର କେନ୍ଦ୍ର । ଚାଷୀଙ୍କୁ ନେଇ ରାଜନୀତି କରୁଥିବା ଲୋକ ଗୋଟିଏ ଗୋଟିଏ ବୁନ୍ଦ ପାଣି ପାଇଁ ହଇରାଣ ହେବାକୁ ପଡ଼ିଛି । ଦଶକରୁ ଅଟକି ଥିବା 26 ଜଳସେଚନ ଯୋଜନାକୁ କେନ୍ଦ୍ର ସରକାର ଆଗକୁ ନେଇଛନ୍ତି । ପାଣି ପରତ୍ମାଙ୍କ ପ୍ରସାଦ ଗୋଟିଏ ବୁନ୍ଦା ପାଣି ନଷ୍ଟ ହେବାକୁ ଦିଅନ୍ତୁ ନାହିଁ । ଚାଷୀଙ୍କ ସଶକ୍ତିକରଣ ପାଇଁ ଆମ ସରକରା ସର୍ବଦା କାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା କେନ୍ଦ୍ର ସରକାରରେ କୃଷି ମନ୍ତ୍ରୀ ଥିଲେ । ସେ ଚାଷୀଙ୍କ ପାଇଁ କିଛି କରି ନାହାନ୍ତି । 7 ବର୍ଷର କ୍ୟାରିୟରରେ ସେ ଚାଷୀଙ୍କଠୁ ସାଢେ 3 ଲକ୍ଷ ଏମସିପିରେ ଶସ୍ୟ କିଣିଛନ୍ତି । ମାସ ମାସ ଧରି ଚାଷୀଙ୍କୁ ସେମାନଙ୍କ ପାଉଣା ମିଳୁନଥିଲା ।''

ଏହା ବି ପଢନ୍ତୁ...ଆଜି ଭାରତୀୟ ମୋବାଇଲ କଂଗ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଶିରିଡି ସାଇ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ମହାରାଷ୍ଟ୍ରରେ ପହଞ୍ଚି ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସାଇ ବାବାଙ୍କ ପୂଜାରେ ମନ୍ତ୍ରପାଠରେ କମ୍ପିଥିଲା ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଳତୀ କରିବା ସହିତ ଜଳଲାଗି କରିଥିଲେ । ଶିରିଡି ସାଇ ମନ୍ଦି ପ୍ରଙ୍ଗଣରେ ନୂଆ କରିଡର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । 2018ରେ ଏନେଇ ଶିଳାନ୍ୟାସ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଅହମ୍ମଦନଗରର ଶିରିଡିରେ ନିଲୱନ୍ଦେ ଡ୍ୟାମ୍‌ର ଜଳପୂଜନ କରିଥିଲେ । ଡ୍ୟାମର 85 କିମି ବିଶିଷ୍ଟ କେନାଲ ନେଟୱାର୍କକୁ ଲୋକାର୍ପଣ କରିଥିଲେ । ଏହି ଡ୍ୟାମକୁ 182 ଗ୍ରାମ ଉପକୃତ ହେବେ । ପ୍ରଧାନମନ୍ତ୍ରୀଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ଥିଲେ ।

ABOUT THE AUTHOR

...view details