ନୂଆଦିଲ୍ଲୀ:ଯେଉଁଭଳି ଭାବେ ଟେକ୍ନୋଲୋଜି ପାଭିଲିୟନ, ଷ୍ଟାର୍ଟଅଫ୍ ପାଭିଲିୟନ ଓ ଫୁଡ ଷ୍ଟ୍ରିଟ ବ୍ୟବସ୍ଥା ହୋଇଛି ତାହା ଅଦ୍ଭୂତ । ଟେଷ୍ଟ ଓ ଟେକ୍ନୋଲୋଜିର ଫ୍ୟୁଜନ(ମିଶ୍ରଣ) ଏକ ନୂଆ ଫ୍ୟୁଚର(ଆଗାମୀ ଭବିଷ୍ୟତ)କୁ ଜନ୍ମ ଦେବ । ଏକ ନୂଆ ଅର୍ଥନୀତିକୁ ଗତି ଦେବ । ଆଜିj ପରିବର୍ତ୍ତିତ ଦୁନିଆରେ ଏକବିଂଶ ଶଦ୍ଦାଦୀରେ ଖାଦ୍ୟ ସୁରକ୍ଷା ଏକ ବଡ ଚ୍ୟାଲେଞ୍ଜ ହୋଇଛି ତେଣୁ ୱାଲ୍ଡ ଫୁଡ ଇଣ୍ଡିଆର ଏହି ଆୟୋଜନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଛି । ଖାଦ୍ୟ ପ୍ରକ୍ରିୟାକରଣ ଇଣ୍ଡଷ୍ଟ୍ରିର ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଭାରତ ସଫଳ ହୋଇନାହିଁ । ଫୁଡ ସେକ୍ଟର ସହ ଜଡିତ ସବୁ କମ୍ପାନୀ ପାଇଁ ସବୁ ଷ୍ଟାର୍ଟଅଫ୍ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ୱାଲ୍ଡ ଫୁଡ ଇଣ୍ଡିଆ 2023ର ଦ୍ବିତୀୟ ସଂସ୍କରଣର ଉଦଘାଟନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ 1 ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ 380କୋଟି ଟଙ୍କାର ସିଡ କ୍ୟାପିଟାଲ ସହାୟତା ପ୍ରଦାନ କରିଛନ୍ତି ।
ୱାଲ୍ଡ ଫୁଡ ଇଣ୍ଡିଆ 2023 କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ପ୍ୟାକିଂ ଖାଦ୍ୟର ଚାହିଦା ବଢିଛି । ଏଥିରୁ ଆମ ଚାଷୀ, ଷ୍ଟାର୍ଟଅଫ ଏବଂ ଲଘୁ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଭାରତରେ ଯେତେ ସାଂସ୍କୃତିକ ବିଭିଧତା ରହିଛି ସେତିକି ଖାଦ୍ୟ ବିଭିଧତା ମଧ୍ୟ ରହିଛି । ଆମର ଖାଦ୍ୟରେ ବିଭିଧତା ଦୁନିଆର ପ୍ରତି ନିବେଶକଙ୍କୁ ଲାଭ ମିଳିଛି । ଭାରତର ଖାଦ୍ୟ ସଂସ୍କୃତି ହଜାର ହଜାର ବର୍ଷର ବିକାଶ ଯାତ୍ରାର ପରିଣାମ ହୋଇଛି । ଆମର ପୂର୍ବଜ ଖାଦ୍ୟଭ୍ୟାସକୁ ଆୟୁର୍ବେଦ ସହ ଯୋଡିଛନ୍ତି । ଭାରତ ଖାଦ୍ୟ ପ୍ରକ୍ରିୟାକରଣ ଇଣ୍ଡେଷ୍ଟ୍ରିକୁ ଆଜି ସନରାଇଜ ସେକ୍ଟର ଭାବେ ଦେଖା ଯାଉଛି । ପୂର୍ବରୁ ୱାଲ୍ଡ ଫୁଡ ଇଣ୍ଡିଆର ଆୟୋଜନରୁ ମିଳିଥିବା ପରିଣାମରୁ ତାହା ଏକ ବଡ ଉଦାହରଣ । ଗତ 9 ବର୍ଷରେ ଏହି ସେକ୍ଟରରେ 50 ହଜାର କୋଟିର ଏଫଡିଆଇ ଆସିଛି ଏହା ଭାରତ ସରକାରଙ୍କ ପ୍ରୋ-ଇଣ୍ଡଷ୍ଟ୍ରି ଓ ପ୍ରୋ-ଇଣ୍ଡଷ୍ଟ୍ରି ଫାମର୍ସ ପଲିସିର ପରିଣାମ । ଆମେ ଫୁଡ ପ୍ରୋସେସିଙ୍ଗ ସେକ୍ଟର ପାଇଁ ପିଏଲଆଇ ସ୍କିମ ଆରମ୍ଭ କରିଛୁ ଏଥିରୁ ଇଣ୍ଡଷ୍ଟ୍ରିକୁ ସହଯୋଗ ମିଳୁଛି । ଆଜି ଭାରତରେ ହୋଇଥିବା ଇଭେଷ୍ଟର ଫ୍ରେଣ୍ଡଲି ପଲିସି ହୋଇଛି ତାହା ଫୁ଼ଡ ସେକ୍ଟରକୁ ନୂଆ ଶିଖରରେ ପହଞ୍ଚାଇଛି । ଗତ 9 ବର୍ଷରେ ଆମର ପ୍ରୋସେସ ଫୁଡ 13ରୁ ବଢି 23 ପ୍ରତିଶତ ହୋଇଛି । ପ୍ରୋସେସ ଫୁଡ ବିକ୍ରିରେ 150 ପ୍ରତିଶତ ବୃଦ୍ଧି ହୋଇଛି । ଖାଦ୍ୟ ପ୍ରକ୍ରିୟାକରଣ ଇଣ୍ଡଷ୍ଟ୍ରିର ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଭାରତକୁ ଅପ୍ରତ୍ୟାସିତ ସଫଳତା ମିଳିନାହିଁ । ଏହି ଅଭବୃଦ୍ଧି ପଛରେ କଠିନ ପରିଶ୍ରମ ରହିଛି ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''ଆମ ସରକାର ଦେଶରେ ପ୍ରଥମ ଥର ଏଗ୍ରୀ ଏକ୍ସପର୍ଟ ପଲିସି ହୋଇଛି । 100ରୁ ଅଧିକ ଜିଲ୍ଲାରେ ଏକ୍ଟପର୍ଟ ହବ ତିଆରି ହୋଇଛି ଯାହା ସିଧା ଗ୍ଲୋବାଲ ମାର୍କେଟ ସହ ଯୋଡି ହୋଇଛି । ପୂର୍ବରେ ଦେଶର ଦୁଇଟି ମେଗା ଫୁଡ ପାର୍କ ଥିଲା ଏବେ ଏହାର ସଂଖ୍ୟା 20ରୁ ଅଧିକ ହୋଇଛି । ପୂର୍ବରୁ ଆମ ପ୍ରୋସେସିଙ୍କ ଦକ୍ଷତା 12 ଲକ୍ଷ ମେଟ୍ରିକ ଟନ ଥିଲା ଏବେ 200ଲକ୍ଷ ମେଟ୍ରିକ ଟନରୁ ଅଧିକ । 9 ବର୍ଷରେ 15ଗୁଣା ଅଧିକ ବୃଦ୍ଧି ହୋଇଛି । ଅନେକ ଉତ୍ପାଦ ଅଛି ଯାହା ପ୍ରଥମ ଥର ବିଦେଶୀ ବଜାରକୁ ଯାଇଛି । ଆଜି ପ୍ୟାକେଟ ଫୁଡର ଚାହିଦା ବଢିଛି । ଏଥିରୁ ଆମ ଚାଷୀ, ଉଦ୍ୟୋଗୀ ଓ ଲଘୁ ଉଦ୍ୟୋଗୀ ଉପକୃତ ହେଉଛନ୍ତି ।''