ଡେରାଡୁନ:ଉତ୍ତରାଖଣ୍ଡର ହଲ୍ଦୁନି ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରକଳ୍ପ ମଧ୍ୟରେ 23 ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଥିବାବେଳେ ଏଥିରେ 17 ହଜାର 5 ଶହ 47 କୋଟି ଖର୍ଚ୍ଚ ବ୍ୟୟବରାଦ ରଖାଯାଇଛି । ଏହି 23 ପ୍ରକଳ୍ପ ମଧ୍ୟରୁ 17 ପ୍ରକଳ୍ପର ଭିତ୍ତିପ୍ରସ୍ତାର ସ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି ।
ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକାଧିକ ପ୍ରକଳ୍ପ ଜରିଆରେ ଆମେ ଉତ୍ତରାଖଣ୍ଡର ନିରନ୍ତର ପ୍ରୟାସ ଜାରି ରଖିଛୁ । ଏହି ଦଶନ୍ଧି ଉତ୍ତରାଖଣ୍ଡବାସୀଙ୍କର ହେବ । ଉତ୍ତରାଖଣ୍ଡବାସୀ ଏହି ଅବସରକୁ ସଫଳତାରେ ପରିବର୍ତ୍ତନ କରିବା ସହ ରାଜ୍ୟ ପାଇଁ ଏକ ସଫଳ ଦଶନ୍ଧିର ନିର୍ମାଣ କରିବେ ବୋଲି ତାଙ୍କର ବିଶ୍ବାସ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।