ଓଡିଶା

odisha

ETV Bharat / bharat

ଅଷ୍ଟ୍ରେଲିଆ ସହ ସମ୍ପର୍କ T-20 ପରି କହିଲେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi bilateral meeting with Australian PM
PM Modi bilateral meeting with Australian PM

By

Published : May 24, 2023, 11:13 AM IST

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସିଡନୀର ଅଲମ୍ପିକ ପାର୍କରେ 20 ହଜାରରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ପରେ ଆଜି (ବୁଧବାର) ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ସମ୍ପର୍କ ଟି-ଟ୍ବେଣ୍ଟି କ୍ରିକେଟ ଫର୍ମାଟ ପରି ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦ୍ବିପାକ୍ଷିକ ଆଲୋଚନା ପ୍ରଧାନମନ୍ତ୍ରୀ କହିଛନ୍ତି, "ଆନ୍ଥୋନୀ ଆଲବାନିଜଙ୍କ ସହ ଏହା ମୋର ଷଷ୍ଠ ସାକ୍ଷା ତ। ଏହା ଆମ ସମ୍ପର୍କକୁ ସୃଦୁଢ କରିଛି । କ୍ରିକେଟ ଭାଷାରେ କହିଲେ ଆମ ସମ୍ପର୍କ ଟି-ଟ୍ବେଣ୍ଟି ମୋଡରେ ଆସିଯାଇଛି । ଆମ ସମ୍ପର୍କର ମୂଲ୍ୟ ଲୋକତନ୍ତ୍ରର ମୂଳ ଆଧାର । ଆମର ସମ୍ପର୍କ ପରସ୍ପର ଉପରେ ବିଶ୍ବାସ ଓ ସମ୍ମାନ ଉପରେ ଆଧାରିତ । ଅଷ୍ଟ୍ରେଲିଆରେ ଭାରତୀୟ ସମୁଦାୟ ଦୁଇ ଦେଶ ମଧ୍ୟରେ ବ୍ରିଜ ପରି ଛିଡା ହୋଇଛନ୍ତି । ପୂର୍ବ ବର୍ଷ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକତା ଲାଗୁ ହୋଇଥିଲା । ଆଜି କମ୍ପେହେନସିଭ ଇକୋନୋମିକ କର୍ପୋରେସନ ଚୁକ୍ତି ଉପରେ ଫୋକସ କରିବାକୁ ନିର୍ଣ୍ଣୟ ନିଆଯାଇଛି । ଏଥିରୁ ଆମର ବ୍ୟବସାୟ ଓ ଆର୍ଥିକ ସହଭାଗିତାକୁ ମଜବୁତ କରିବା ସହ ନୂଆ ଗତି ମିଳିବ । ଭାରତ ଓ ଅଷ୍ଟ୍ରେଲିଆ ଶକ୍ତି ବୃଦ୍ଧି ପାଇଁ ଦୁଇ ଦେଶ ଏକାଠୀ କାମ କରୁଛି ।''

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି," ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ କୌଣସି ତତ୍ତ୍ବ ତାର ବିଚାରରେ ଆଘାତ ପହଞ୍ଚାଇବ ତାହାକୁ କେବେ ଗ୍ରହଣ କରାଯିବ ନାହିଁ । ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ । ଏହା ଶାନ୍ତି, କ୍ଷେତ୍ରୀୟ ସ୍ଥିରତା ଓ ବିଶ୍ବ କଲ୍ୟାଣ ସହ ଜଡିତ । ଭାରତ-ଅଷ୍ଟ୍ରେଲିଆ ସହଯୋଗ ଗ୍ଲୋବାଲ ସାଉଥ ପ୍ରଗତିରେ ଲାଭଦାୟକ ହେବ ।''

ଏହା ବି ପଢନ୍ତୁ...Sydney Event: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଲେ ‘PM Modi is The Boss’

ଏହା ବି ପଢନ୍ତୁ...Australia: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ବ୍ରିସବେନରେ ଖୋଲିବ ଦୂତାବାସ

ବୈଠକରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଙ୍କୁ ଯେଉଁଭଳି ସ୍ବାଗତ କରାଯାଇଥିଲା ସେ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ବକପ 2023 ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details