ଓଡିଶା

odisha

ETV Bharat / bharat

Karnataka Election Result: ମ୍ୟାଜିକ ନମ୍ବର ପାର୍ କଲା କଂଗ୍ରେସ, ମୋଦିଙ୍କୁ ଜୟରାମଙ୍କ କଟାକ୍ଷ - ଜୟରାମ ରମେଶ

ବିଜୟର ବାସ୍ନା ବାରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । କର୍ଣ୍ଣାଟକର କେବଳ ବିଜେପିର ହାର ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ହାର ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

PM Modi has lost
PM Modi has lost

By

Published : May 13, 2023, 1:15 PM IST

ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଚାଲିଛି ଭୋଟ ଗଣତି । ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ୧୧୩ ହୋଇଥିବା ବେଳେ ଏବେ ସୁଦ୍ଧା ୧୧୭ଟି ଆସନରେ ଆଗୁଆ ରହିଛି କଂଗ୍ରେସ । ବିଜୟର ବାସ୍ନା ଆସିବା ପରେ ପୁଣି ନିଜର ମନ୍ତବ୍ୟକୁ ଦୋହରାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ହାର ହୋଇଛି ବୋଲି ସେ କହିଛନ୍ତି । ନିର୍ବାଚଳ ଫଳ ଆସିବା ପୂର୍ବରୁ ଗତକାଲି ମଧ୍ୟ ସମାନ କଥା କହିଥିଲେ ଜୟରାମ ।

ଭୋଟ ଗଣତି ଜାରି ରହିଥିବା ବେଳେ ଏବେ ସୁଦ୍ଧା କଂଗ୍ରେସ ପ୍ରାୟ ୧୧୭ଟି ଆସନରେ ଆଗୁଆ ରହିଛି । ସେପଟେ ବିଜେପି ୭୫ଟି ଆସନରେ ଲିଡ୍‌ କରୁଛି । ସେପଟେ ଗୋଟିଏ ପରେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଚାଲିଛନ୍ତି କଂଗ୍ରେସ ପ୍ରାର୍ଥୀ । ଭୋଟ ଗଣତି ଆରମ୍ଭ ବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ସମୟକ୍ରମେ ବହୁ ଆଗରେ ରହିଛି କଂଗ୍ରେସ । ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବା ପରେ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଜୟରାମ । କର୍ଣ୍ଣାଟକରେ କେବଳ ବିଜେପିର ପରାଜୟ ନୁହେଁ, ବରଂ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାଜୟ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Karnataka Election: ଜୟରାମଙ୍କ ଦୃଢୋକ୍ତି, 'ସରକାର ଗଢିବ କଂଗ୍ରେସ, ମୋଦିଙ୍କ ହେବ ବଡ଼ ହାର'

ଜୟରାମଙ୍କ କହିଛନ୍ତି, "କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ମୋଦି ବହୁ କସରତ କରିଥିଲେ । ପ୍ରଚାର ମୈଦାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା କାହାର ଯାଦୁ ଚାଲିନଥିଲା । ସବୁଠାରେ କେବଳ ଗୋଟିଏ ମୁହଁ ଦେଖିବାକୁ ମିଳିଥିଲା । ନିର୍ବାଚନୀ ପ୍ରଚାର ଲାଗି ରାଜ୍ୟରେ ଡେରା ପକାଇଥିଲେ ମୋଦି । ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସେ ଏକାଧିକ ରୋଡ ଶୋ' କରିଥିଲେ । ହେଲେ ମୋଦିଙ୍କ ଯାଦୁ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ।"

ସେ ଆହୁରି କହିଛନ୍ତି ଯେ କଂଗ୍ରେସ କର୍ଣ୍ଣାଟକବାସୀଙ୍କ ସମସ୍ୟା, ସୁରକ୍ଷା, ଦରଦାମ ବୃଦ୍ଧି, ଚାଷୀଙ୍କ ସମସ୍ୟା, ବିଦ୍ୟୁତ ସମସ୍ୟା, ବେରୋଜଗାର ସହିତ ଦୁର୍ନୀତି ବିରୋଧରେ ନିର୍ବାଚନ ଲଢୁଥିଲା । ମାତ୍ର ମୋଦି ରାଜ୍ୟରେ ବିଭେଦ କରିବାକୁ ଉଦ୍ୟମ କରୁଥିଲେ । ହେଲେ ଭୋଟର ଡବଲ ଇଞ୍ଜିନ ସରକାରକୁ ଗ୍ରହଣ କରିବା ବଦଳରେ ସିଙ୍ଗଲ ଇଞ୍ଜିନ ସରକାରକୁ ନିଜର ଶାସକ ଭାବେ ଚୟନ କରିଛନ୍ତି । ଏହି କଂଗ୍ରେସ ସରକାର ଯିଏକି ସାମାଜିକ ସମନ୍ବୟ ରକ୍ଷା କରିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବ । ସୂଚନା ଥାଉ କି ଗତକାଲି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଜୟରାମ କଂଗ୍ରେସର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । କଂଗ୍ରେସ ପୂର୍ଣ୍ଣ ବହୁମତ ସହିତ ସରକାର ଗଢିବ ବୋଲି ସେ କହିଥିଲେ ।

ABOUT THE AUTHOR

...view details