ଓଡିଶା

odisha

By

Published : Jan 26, 2022, 9:34 AM IST

ETV Bharat / bharat

Republic Day 2022: ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ରାଜ୍ୟପାଳ ଗଣେଶୀ ଲାଲ । ଅଧିକ ପଢନ୍ତୁ

୭୩ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା
୭୩ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନୂଆଦିଲ୍ଲୀ:ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଦିବସ ଅବସରରେ ଝଲସୁଛି ସାରା ଦେଶ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ରାଜ୍ୟପାଳ ଗଣେଶୀ ଲାଲ ।

ଟ୍ବିଟ କରି ମୋଦି କହିଛନ୍ତି, ୭୩ ତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । 1950 ମସିହାରେ ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବାର ୩ତମ ଗଣତନ୍ତ୍ର ଦିବସ ପାଳୁଛି ଦେଶ । ଏହି ପବିତ୍ର ଦିନରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜୟ ହିନ୍ଦ ବୋଲି ଟ୍ବିଟ କରିଛନ୍ତି ମୋଦି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୩ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକା ଶୁଭେଚ୍ଛା ଓ ଅଭିନନ୍ଦନ । ଏକ ସମୃଦ୍ଧ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଆମର ମିଳିତ ଉଦ୍ୟମ ଆହୁରି ଶକ୍ତିଶାଳୀ କରିବା ପାଇଁ ଆଜିର ଦିନରେ ଶପଥ ନେବା । ସତର୍କ ରହିବା ସହ କୋରୋନା ଗାଇଡଲାଇନ ମାନି ଚଳିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ସେ ଆହୁରି କହିଛନ୍ତି ଆସନ୍ତୁ ଏହି ଦିନ ସ୍ବାଧୀନତା ସଂଗ୍ରାମୀମାନେ ଯେଉଁମାନେ ଏହି ମହାନ ରାଷ୍ଟ୍ର ପାଇଁ ନିସ୍ବାର୍ଥପର ବଳିଦାନ ଦେଇଥିଲେ ଏବଂ ଆମର ସମ୍ବିଧାନରେ ଅନ୍ତର୍ଭୁକ୍ତ ଆଦର୍ଶକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କୁ ମନେପକାଇବା ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଁ ସମସ୍ତ ସେନାଙ୍କୁ ପ୍ରଣାମ କରୁଛି ଯେଉଁମାନେ ଭାରତୀୟ ଗଣତନ୍ତ୍ରର ଗର୍ବ, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ସ୍ୱାଧୀନତାର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ପାଇଁ ଆଜି ଆମେ ସମସ୍ତେ ପ୍ରତିଶ୍ରୁତି ଦେବା ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।

ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆମର ଗଣତନ୍ତ୍ରକୁ ପାଳନ କରିବା ଏବଂ ଆମର ସମ୍ବିଧାନରେ ଧାରଣା ଏବଂ ମୂଲ୍ୟବୋଧକୁ ସମ୍ମାନ କରିବା ପାଇଁ ଏହା ଏକ ସୁଯୋଗ । ଆମ ଦେଶର ନିରନ୍ତର ପ୍ରଗତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିବା ବୋଲି ଟ୍ବିଟ କରି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ସେହିପରି ରାଜ୍ୟପାଳ ଗଣେଶୀ ଲାଲ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇ କହିଛନ୍ତି ଏହି ପବିତ୍ର ଦିନରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଓଡିଶାକୁ ଦେଶର ଏକ ସମୃଦ୍ଧ ଏବଂ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଏହି ପବିତ୍ର ଦିନରେ ସମସ୍ତେ ଶପଥ ନେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ।

ପ୍ରକାଶ ଥାଉ କି, ଆଜି ସାଧାରଣତନ୍ତ୍ର ଦିବସ ପାଇଁ ମାଳମାଳ ଆଲୋକରେ ଦିଲ୍ଲୀ ସଜେଇ ହୋଇଛି। ଆଜି ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହିତ ତିନି ସେନାବାହିନୀର ମୁଖ୍ୟ କିଛି ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ । କେବଳ ଯେଉଁମାନେ ଡବଲ ଡୋଜ ଟିକା ନେଇଛନ୍ତି ସେହିମାନେ ହିଁ ଆଜିର ଉତ୍ସବରେ ଯୋଗ ଦେଇପାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details