ଓଡିଶା

odisha

ETV Bharat / bharat

‘ସକରାତ୍ମକତା, ସ୍ପନ୍ଦନ, ଭାଇଚାରା, ସମନ୍ୱୟ ସହ ଜଡ଼ିତ ଓନମ ’ - ଓନମ ପର୍ବ

କେରଳବାସୀଙ୍କ ପ୍ରମୁଖ ପର୍ବ ଓନମ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପିଏମ କହିଛନ୍ତି ଯେ ଏହି ଉତ୍ସବ “ସକରାତ୍ମକତା, ସ୍ପନ୍ଦନ, ଭାଇଚାରା ଏବଂ ସମନ୍ୱୟ” ସହିତ ଜଡିତ । ଅଧିକ ପଢନ୍ତୁ...

‘ସକାରାତ୍ମକତା, ସ୍ପନ୍ଦନ, ଭାଇଚାରା, ସମନ୍ୱୟ ସହ ଜଡ଼ିତ ଓନମ ’
‘ସକାରାତ୍ମକତା, ସ୍ପନ୍ଦନ, ଭାଇଚାରା, ସମନ୍ୱୟ ସହ ଜଡ଼ିତ ଓନମ ’

By

Published : Aug 21, 2021, 9:34 AM IST

Updated : Aug 21, 2021, 9:52 AM IST

ନୂଆଦିଲ୍ଲୀ: କେରଳବାସୀଙ୍କ ପ୍ରମୁଖ ପର୍ବ ଓନମ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପିଏମ କହିଛନ୍ତି ଯେ ଏହି ଉତ୍ସବ ‘ସକରାତ୍ମକତା, ସ୍ପନ୍ଦନ, ଭାଇଚାରା ଏବଂ ସମନ୍ୱୟ’ ସହିତ ଜଡିତ । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ଓନମ ଉତ୍ସବରେ ଶୁଭେଚ୍ଛା, ସକାରାତ୍ମକତା, ସ୍ପନ୍ଦନ, ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ସହିତ ଜଡିତ ଏକ ଉତ୍ସବ। ମୁଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି।

ଏହି ଉତ୍ସବରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ସମସ୍ତ କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି । ଓନମ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଓନମ ଉତ୍ସବ ସମାନତା, ଏକତା ଏବଂ ସମୃଦ୍ଧ ଜୀବନରେ ଜାଗ୍ରତ କରେ । ଏହି ପର୍ବ ସମସ୍ତଙ୍କ ମନରେ ଆନନ୍ଦ ଭରି ଦିଏ ।

ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓନମ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଓନମ ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଭାରତ ତଥା ବିଦେଶରେ ରହୁଥିବା କେରଳର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ଓନମ ଆମର ସମୃଦ୍ଧ ସଂସ୍କୃତି ଐତିହ୍ୟର ପ୍ରତୀକ ଏବଂ ନୂତନ ଫସଲ ଆସିବା ଥିବାରୁ ସମସ୍ତେ ପ୍ରକୃତି ମାତାକୁ କୃତଜ୍ଞତା ଜଣାଇବା । ଏହି ଉତ୍ସବ ସମାଜରେ ସୌହାର୍ଦ୍ଦ୍ୟ, ପ୍ରେମ ଏବଂ ଭ୍ରାତୃତ୍ୱର ବାର୍ତ୍ତା ମଧ୍ୟ ଦେଇଥାଏ ବୋଲି କୋବିନ୍ଦ କହିଛନ୍ତି । ଏହି ଅବସରରେ ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ଆମ ଦେଶର ପ୍ରଗତି ଏବଂ ସମୃଦ୍ଧତା ଦିଗରେ ଆଗକୁ ବଢାଇବାକୁ ସ୍ଥିର କରିବା ବୋଲି ସେ କହିଛନ୍ତି ।

ଓନମ ଚିଙ୍ଗମ୍ ମାସରେ ପଡେ । ଯାହା ମାଲାୟାଲମ୍ କ୍ୟାଲେଣ୍ଡର ଅନୁଯାୟୀ ପ୍ରଥମ ମାସ ଅଟେ । 10 ଦିନ ଧରି ଚାଲୁଥିବା ଏହି ଉତ୍ସବ ମାଲାୟାଲମ ନୂତନ ବର୍ଷର ଶୁଭାରମ୍ଭ ହୁଏ । ଏବଂ ଥିରୁଭୋନାମ୍ ସହିତ ସମାପ୍ତ ହୁଏ |

@ANI

Last Updated : Aug 21, 2021, 9:52 AM IST

ABOUT THE AUTHOR

...view details